ନାବାଳିକା ଝିଅର ଅଶ୍ଳୀଳ ଭିଡ଼ିଓ ଭାଇରାଲ କରିବା ଅଭିଯୋଗରେ ୭ ଯୁବକ ଗିରଫ
ଜିଲ୍ଲାର ଭେଡେନ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ନାବାଳିକାଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ କରିବା ଅଭିଯୋଗରେ ୭ ଜଣ ଯୁବକଙ୍କୁ ଗିରଫ କରାଯାଇଛି । ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ଏବଂ ଆଇନଗତ କାଗଜପତ୍ର ପୋଲିସ ଦ୍ୱାରା କରାଯାଇଥିଲା ବୋଲି କହିଛନ୍ତି ଆଇଆଇସି । ଯାହା ପରେ ସେମାନଙ୍କୁ କୋର୍ଟକୁ ପଠାଯାଇଥିଲା । ଝିଅଟିର ପରିବାର ୭ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି, ଯାହା ଦ୍ଵାରା କେହି ଏପରି ଅପରାଧ କରିବାକୁ ସାହସ କରିବେ ନାହିଁ।
