ଝିଅ ଶ୍ରଦ୍ଧା ପାଇଁ ମଦ ଛାଡିଥିଲେ ଶକ୍ତି କପୁର, ସେଥିପାଇଁ ଏହି ରିୟାଲିଟି ଶୋ’ରେ ଭାଗ ନେଇଥିଲେ
ବଲିଉଡ ଜଣାଶୁଣାର ଖଳନାୟକ ଶକ୍ତି କପୁର ନିଜ ଝିଅ ଶ୍ରଦ୍ଧା କପୁରଙ୍କ ପାଇଁ ଛାଡ଼ି ଥିଲେ ମଦ। ଏଥିସହ ରିୟାଲିଟି ଶୋ’ “ବିଗ୍ ବସ୍ର ସିଜନ୍ 5” ରେ ଭାଗ ନେଇଥିଲେ। ଏକ ସାକ୍ଷାତ କାରରେ ଏପରି କହିଛନ୍ତି ଶକ୍ତି କପୁର ।ଏନେଇ ଶକ୍ତି କପୁର କହିଛନ୍ତି, ମୁଁ “ବିଗ୍ ବସ୍ର ସିଜନ୍ ୫”ରେ ଜିତିବା ପାଇଁ ଯାଇ ନଥିଲି। ବରଂ ମୋ ଛୁଆମାନଙ୍କ ନିକଟରେ ନିଜକୁ ସ୍ୟାବସ୍ତ କରିବା ପାଇଁ ବିଗ୍ ବସ୍ର ସିଜନ୍ ୫”କୁ ଯାଇଥିଲି। ଯାହା ଦ୍ୱାରା ମଦଠୁ ଦୂରେଇ ରହି ପାରିବି।
ମୁଁ ଗର୍ବ ଅନୁଭବ କରୁଛି ଯେ, ତାହା ମୁଁ କରିପାରିଲି। ଏଥିପାଇଁ ମୁଁ ଏବେ ବହୁତ ଖୁସି ମଧ୍ୟ। ମୋ ଝିଅ ଶ୍ରଦ୍ଧା ଓ ମୋ ସ୍ତ୍ରୀ ମୋତେ ବହୁତ ଭଲ ପାଆନ୍ତି। ପର ଜନ୍ମରେ ମୋ ଝିଅ ହୋଇ ଜନ୍ମ ହେବ ବୋଲି ସେ ମୋତେ ସବୁ ବେଳେ ମୋତେ କହିଥାଏ । ଶକ୍ତି ଆହୁରି କହିଥିଲେ, ‘ମୋ ପତ୍ନୀ ମଧ୍ୟ ମୋ ପାଇଁ ଏବଂ ଶୋ’ରେ ମୋର ଆଚରଣ ପାଇଁ ଗର୍ବିତ ଥିଲେ। ସେ କହିଛନ୍ତି ଯେ ସେ ମୋତେ ପୂର୍ବ ଅପେକ୍ଷା ଅଧିକ ଭଲ ପାଆନ୍ତି। ତେଣୁ ମୁଁ ତାଙ୍କୁ କହିଲି ମୁଁ ତାଙ୍କୁ ଆଉ ଏକ ହନିମୁନ୍ରେ ନେଇକି ଯିବି।
