ମୋଦିଙ୍କ ପ୍ରମୁଖ ସଚିବ ହେଲେ Shaktikanta Das
Shaktikanta Dasଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରମୁଖ ସଚିବ-୨ ହେଲେ ଶକ୍ତିକାନ୍ତ। ଏନେଇ କେନ୍ଦ୍ର କ୍ୟାବିନେଟ ଆପଏଣ୍ଟମେଣ୍ଟ କମିଟି ପକ୍ଷରୁ ମଞ୍ଜୁରୀ ମିଳିଛି।୧୯୮୦ ବ୍ୟାଚ୍ର ତାମିଲନାଡୁ କ୍ୟାଡର ଆଇଏଏସ୍ ଶକ୍ତିକାନ୍ତ ଦାସ ହେବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ । ମୋଦି ସରକାରଙ୍କ ନୋଟବନ୍ଦୀ ନିଷ୍ପତ୍ତିରେ ତାଙ୍କର ମହତ୍ଵପୂର୍ଣ୍ଣ ଭୂମିକା ଥିଲା।୬ ବର୍ଷ ଧରି ଆରବିଆଇର ଗଭର୍ଣ୍ଣର ଥିଲେ । ଶକ୍ତିକାନ୍ତ ଦାସଙ୍କ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭରଷା ରହିଛି । ଶକ୍ତିକାନ୍ତ ଅନେକ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାହାଯ୍ୟ କରୁଥିଲେ ।
ଶକ୍ତିକାନ୍ତ ଦାସ ଅବସର ନେବା ପରେ ଚର୍ଚ୍ଚା ହେଉଥିଲା ତାଙ୍କୁ ଆଉ କେଉଁ ଦାୟିତ୍ବ ମିଳିବ। ଯାହାର ଆଜି ପୂର୍ଣ୍ଣଛେଦ୍ ପଡିଛି।ବର୍ତ୍ତମାନ ପ୍ରମୋଦ କୁମାର ମିଶ୍ର (ପିକେ ମିଶ୍ର) ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ଅଛନ୍ତି। ତାଙ୍କ ସହିତ ଶକ୍ତିକାନ୍ତ ଦାସ ମଧ୍ୟ ମୁଖ୍ୟ ସଚିବ ଭୂମିକାରେ ନଜର ଆସିବେ।
