ପ୍ରଥମ ଥର ପାଇଁ ମହାକାଶ ଯାତ୍ରା କରିବେ ୬ ମହିଳା

ପ୍ରଥମ ଥର ବିନା ପୁରୁଷ କ୍ରୁରେ ସ୍ପେଶ୍ ମିଶନ। । ପପ୍ ଗାୟିକା, ସାମ୍ବାଦିକ, ବୈଜ୍ଞାନିକ, ଫିଲ୍ମ ନିର୍ମାତା ଏପରି ଭିନ୍ନ ଭିନ୍ନ କ୍ଷେତ୍ରର ୬ ଜଣ ମହିଳା ଗ୍ରୁପ୍ ହୋଇ ମହାକାଶ ଯାତ୍ରା କରିବେ । ଆଜି ଏହି ୬ ମହିଳାଙ୍କ ଟିମ୍ ଜେଫ୍ ବେଜୋସଙ୍କ କମ୍ପାନୀ ବ୍ଲୁ ଓରିଜିନର ନ୍ୟୁ ସେପର୍ଡ ରକେଟ୍ ଜରିଆରେ ମହାକାଶ ଯିବେ ।ମହାକାଶ ପର୍ଯ୍ୟଟନ ସୁବିଧା ଯୋଗାଇ ଦେଉଥିବା ବ୍ଲୁ ଅରିଜିନ୍ କଂପାନୀର ନିୟୁ ସେଫର୍ଡ ରକେଟରେ ସେମାନେ ପୃଥିବୀ ପୃଷ୍ଠରୁ ୧୦୦ କିଲୋମିଟର ଉଚ୍ଚତାକୁ ଯାତ୍ରା କରିବେ।

ପ୍ରାୟ ୨ ମିନିଟ୍ ମାଇକ୍ରୋ ଗ୍ରାଭିଟି ଅନୁଭବ କରିବା ସହ ମହାକାଶରୁ ପୃଥିବୀକୁ ଦେଖିପାରିବେ। ପ୍ରାୟ ୧୧ ମିନିଟ୍ ଅବଧିର ଏହି ମହାକାଶ ଯାତ୍ରାରେ ମହାକାଶର ସୀମା କୁହାଯାଉଥିବା କାର୍ମନ୍ ଲାଇନ୍ ଅତିକ୍ରମ କରିବା ପରେ, ପୁଣି ପଥିବୀ ପୃଷ୍ଠକୁ ଫେରି ଆସିବେ।ପାରାଚ୍ୟୁଟ୍ ସାହାଯ୍ୟରେ କ୍ୟାପସୁଲରେ ବସି ଯାତ୍ରୀମାନେ ପୃଥିବୀ ପୃଷ୍ଠକୁ ଫେରିବେ । ବ୍ଲୁ ଓରିଜିନ ତରଫରୁ କୁହାଯାଇଛି, ଏହା କେବଳ ଏକ ମହାକାଶ ମିଶନ ନୁହଁ । ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଓ ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣା ଉଦ୍ଦେଶ୍ୟରେ ଏହି ମିଶନକୁ ପ୍ରସ୍ତୁତ କରାଯାଇଛି ।

You might also like