(SIR) କାର୍ଯ୍ୟରେ ଅବହେଳା, ଶିକ୍ଷୟିତ୍ରୀ ନିଲମ୍ବନ
ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟରେ ଅବହେଳା ପାଇଁ ଗୁରୁବାର ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଚଞ୍ଚଳ ରାଣା ନେଇଛନ୍ତି। ସେ ସରକାରୀ ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର, ଫେଜ୍–୨ ରେ କାର୍ଯ୍ୟରତ ଶିକ୍ଷୟତ୍ରୀ ଥିଲେ।ସରକାରୀ ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର, ଫେଜ୍-୨ ରେ କାର୍ଯ୍ୟରତ ରଶ୍ମୀ ସାହୁଙ୍କୁ ବୁଥ୍ ସ୍ତରୀୟ ଅଧିକାରୀ (BLO) ଭାବେ ନିଯୁକ୍ତ କରାଯାଇଥିଲା। ସୂଚନାମୁତାବକ ଏପ୍ରିଲ ୧ ରୁ ରାଜ୍ୟରେ ଆରମ୍ଭ ହେବ SIR । ଏହା ପୂର୍ବରୁ ଜୋରଦାର ହୋଇଛି ମ୍ୟାପିଂ ପ୍ରକ୍ରିୟା । ୨୦୨୫ ମସିହାର ଭୋଟର ତାଲିକାକୁ ୨୦୦୨ ମସିହାର ଭୋଟର ରୋଲ ସହିତ ମ୍ୟାପିଂ କରି ଭୋଟରଙ୍କ ପରିଚୟ, ନିରନ୍ତରତା ଓ ସତ୍ୟତା ଯାଞ୍ଚ କରାଯାଉଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ 90 ପ୍ରତିଶତ ମ୍ୟାପିଂ ଶେଷ ହୋଇଛି । ପ୍ରାୟ ୧୦ ପ୍ରତିଶତ ଭୋଟରଙ୍କ ମ୍ୟାପିଂ କରିବାରେ କିଛି ସମସ୍ୟା ହେଉଛି । ବିଶେଷ କରି ସହରାଞ୍ଚଳରେ ଏହି ସମସ୍ୟା ଦେଖା ଦେଉଛି । ସେହିପରି ୪ ଲକ୍ଷରୁ ଊର୍ଦ୍ଧ୍ବଙ୍କର ଏକାଧିକ ସ୍ଥାନରେ ଭୋଟର ପରିଚୟ ପତ୍ର ଥିବା ଚିହ୍ନଟ ହୋଇଛି ।
