ଶୀତର ପହିଲି ସ୍ପର୍ଶରେ ଦେଖଣାହାରୀଙ୍କୁ ମତୁଆଲା କରୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ

ନୟାଗଡ଼ -(ବିଶ୍ୱରଞ୍ଜନ ସେଠୀ ) : – ଆସିଛି ଶୀତ । ଶୀତର ପହିଲି ସ୍ପର୍ଶରେ ରୋମାନଚି ହୋଇଛି,ନୟାଗଡ଼ ଜିଲ୍ଲାର କୋଣ-ଅନୁକୋଣ । ସକାଳର କୁହୁଡ଼ି ସାଙ୍ଗକୁ ସବୁଜିମା ଭରା ପାହାଡ଼ । ତା ସହିତ ଅଳସୀ ଫୁଲ ଓ ସୋରିଷ ଫୁଲରେ ସୂର୍ଯ୍ୟଙ୍କ ପହିଲି କିରଣ ଏବେ ବଣ ପାହାଡ଼ ଘେରା ନୟାଗଡ଼ ଜିଲ୍ଲା-ଆଦିବାସୀ ଅଧ୍ୟୁଷିତ ଗଣିଆ ବ୍ଲକ ବିଭିନ୍ନ ଅଞ୍ଚଳର ସୌନ୍ଦର୍ଯ୍ୟକୁ ଦ୍ବି-ଗୁଣିତ କରିଛି । ଆଉ ଅଳସୀ ଫୁଲ ଓ ସୋରିଷ ଫୁଲର ମହକକୁ ଉପଭୋଗ କରିବା ସହ ପ୍ରକୃତିର ଏହି ଅପୂର୍ବ ସୌନ୍ଦର୍ଯ୍ୟରେ ହଜି ଯିବାକୁ ଧାଇଁ ଆସୁଛନ୍ତି ପର୍ଯ୍ୟଟକ । ଶୀତୁଆ ସକାଲରେ କୁହୁଡ଼ିର ପତଳା ଚାଦର । ନୀଳ ଆକାଶ ସାଙ୍ଗକୁ ସବୁଜିମାରେ ଭରା ପାହାଡ଼ ।

ଏବଂ ସବୁଜିମାର ଏହି ପାହାଡ଼ ମଝୀରେ ଅଳସୀ ଓ ସୋରିଷ ଫୁଲର ଅପୂର୍ବ ସମ୍ଭାର । ଯାହାକି,ନୟାଗଡ଼ ଜିଲ୍ଲାର- ଗଣିଆ ଖଣ୍ଡପଡା ,ଓଡ଼ଗାଁ ,ରଣପୁର ଦଶପଲ୍ଲା ଓ ସରଣକୁଳ ବ୍ଲକ ସୌନ୍ଦର୍ଯ୍ୟକୁ କରୁଛି ଅଧିକ ମନଲୋଭା । ଅଳସୀ ଓ ସୋରିଷ ଫୁଲରେ ସୂର୍ଯ୍ୟଙ୍କ ପାହିଲି କିରଣ ଦେଖେଣହାରୀଙ୍କ ମତୁଆଲା କରୁଛି । ସତେ ଯେମିତି ଅଳସୀ ଫୁଲ ଓ ସୋରିଷ ଫୁଲ ରୂପରେ ପ୍ରକୃତି ରାଣୀ ସୁନାର ଓଢଣୀ ମେଲି ବସିଛି । ଆଉ ପବନର ସ୍ପର୍ଶରେ ଅଳସୀ ଫୁଲ ଓ ସୋରିଷ ଫୁଲ ଚାରିଆଡ଼େ ମହକିତ କରୁଛି ।

ସେଥିପାଇଁ କିଏ ଅଳସୀ ଫୁଲ କ୍ଷେତରେ ସେଲ୍ଫି ନେଇ ସୃତି ସାଉଁଟୁଛି ତ,ଆଉ କିଏ ସୋରିଷ ଫୁଲର ମହକକୁ ଉପଭୋଗ କରୁଛି । ତେଣୁ ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଓଡ଼ିଶାର ଭୂ-ସ୍ୱର୍ଗ କହିଲେ ଭୂଲ ହେବ ନାହିଁ ବୋଲି ଜନମତ ପ୍ରକାଶ ପାଇଛି । ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଗଣିଆ ବ୍ଲକ ଅନ୍ତର୍ଗତ ବଡ଼ସିଲିଙ୍ଗା ଓ ଛାମୁଣ୍ଡିଆ ପଞ୍ଚାୟତ ରପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶ ବର୍ଷସାରା ଏଠାକୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ।

କିନ୍ତୁ ବାକିଦିନ ଅପେକ୍ଷା ଶୀତଦିନ ଅଧିକ ସୌନ୍ଦର୍ଯ୍ୟମୟ । ଶୀତ ଋତୁରେ ଅଳସୀ ଫୁଲ ଓ ସୋରିଷ ଫୁଲର ସମ୍ଭାର ଲେଖକ ଏବଂ କବିଙ୍କୁ ଆନମନା କରିଥାଏ ।

ତାଙ୍କ ମନରେ ଭରିଥାଏ ଉନ୍ମାଦ । କଳାକାର ଟିଏ ପାଇଁ ନୂଆ କିଛି ଚିନ୍ତା କରିବାର ବାଟ ଫିଟାଇଥାଏ । ଆଉ ସେଇଥିପାଇଁ ଏହି ଅଳସୀ ଫୁଲ ଓ ସୋରିଷ ଫୁଲ, ନୟାଗଡ଼ଜିଲ୍ଲା ପ୍ରାକୃତିକ ସୌନ୍ଦର୍ଯ୍ୟର ଅନ୍ୟତମ ସ୍ରୋତ ।