ରିଲିଜ୍ ହୋଇଛି ହିନ୍ଦି ଚଳଚ୍ଚିତ୍ର ସ୍କାଏ ଫୋର୍ସ (SKY FORCE)ର ଟ୍ରେଲର୍।

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଖୁବ୍‌ଶୀଘ୍ର ୨୦୨୫ରେ ତାଙ୍କ ପ୍ରଥମ ଚଳଚ୍ଚିତ୍ର ସହ ପରଦାକୁ ଆସୁଛନ୍ତି। ଆସନ୍ତା ଜାନୁୟାରୀ ୨୪ରେ ଅକ୍ଷୟଙ୍କର ଆକ୍ସନ୍‌-ପ୍ୟାକ୍‌ ଫିଲ୍ମ ‘ସ୍କାଏ ଫୋର୍ସ’ ରିଲିଜ୍‌ ହେବାକୁ ଯାଉଛି। ରିଲିଜ୍ ହୋଇଛି ହିନ୍ଦି ଚଳଚ୍ଚିତ୍ର ସ୍କାଏ ଫୋର୍ସ (SKY FORCE)ର ଟ୍ରେଲର୍। ବଡ଼ ପରଦାରେ ୧୯୬୫ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ଉପରେ ଆଧାରିତ। ପାକିସ୍ତାନ ଉପରେ ଭାରତର ପ୍ରଥମ ଏୟାର ଷ୍ଟ୍ରାଇକ ଘଟଣା ପଛର କାହାଣୀ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। କିଛି ନୂଆ କାହାଣୀ ସହ ବାୟୁ ସେନାର ବୀରତ୍ୱକୁ ପ୍ରଦର୍ଶନ କରିଛି। ଯାହା ରହସ୍ୟ ଓ ରୋମାଞ୍ଚରେ ଭରି ରହିଛି। ଟ୍ରେଲରଟି ଅତ୍ୟନ୍ତ ଚମତ୍କାର ଥିବାବେଳେ ଦମ୍‌ଦାର ଡାଏଲଗ ମଧ୍ୟ ରହିଛି। ଏହି ଚଳଚ୍ଚିତ୍ର ସହିତ ବୀର ପହରିଆ ଡେବ୍ୟୁ କରିବାକୁ ଯାଉଛନ୍ତି। ‘ସ୍କାଏ ଫୋର୍ସ’ ଫିଲ୍ମର ଟ୍ରେଲରରେ ଅଭିନେତ୍ରୀ ସାରା ଅଲି ଖାନ୍‌ ଏବଂ ନିମ୍ରତ କୌରଙ୍କ ଝଲକକୁ ମଧ୍ୟ ଦେଖିବାକୁ ମିଳିଛି।

You might also like