ଏକ୍ସପ୍ରେସ୍‌ ଟ୍ରେନ୍‌ ଏସି କୋଚ୍‌ ଭିତରେ ସାପ

ଟ୍ରେନ୍‌ ଏସି କୋଚ୍‌ ଭିତରେ ପଶିଲା ସାପ। ଛାନିଆ ହେଲେ ଯାତ୍ରୀ । ନିକଟରେ ମଧ୍ୟପ୍ରଦେଶର ଜବଲପୁରରୁ ମୁମ୍ବାଇ ଯାଉଥିବା ଗରିବ ରଥ ଏକ୍ସପ୍ରେସରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ।ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ଯାତ୍ରୀ ଘଟଣାର ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହା ଏବେ ଭାଇରାଲ ହେଉଛି । ଟ୍ରେନଟି କାସରା ରେଳଷ୍ଟେସନରେ ଥିବାବେଳେ ଯାତ୍ରୀମାନେ ସାପ ଦେଖିଥିଲେ । ୫ଫୁଟର ଏହି ସାପଟି କୋଚ୍‌ ନମ୍ବର G-17 ସିଟ୍‌ ତଳେ ଲୁଚି ରହିଥିଲା । ହଠାତ ବାହାରକୁ ଚାଲି ଆସିଥିଲା । ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି।ସାପ ବିଷୟରେ ତୁରନ୍ତ ଟ୍ରେନ କର୍ମଚାରୀଙ୍କୁ ସୂଚନା ଦିଆଯାଇଥିଲା, ଏହା ପରେ ଟ୍ରେନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଭାରତୀୟ ରେଳ ଏହି ଘଟଣାର ବିଷୟରେ ଜାଣିବା ପରେ ଉକ୍ତ ଏସି କୋଚକୁ ଟ୍ରେନରୁ ଅଲଗା କରିଥିଲା।