ସୁନା ଚୋରା ଚାଲାଣ ମାମଲାରେ ୩୪ କୋଟି ଟଙ୍କାର ସମ୍ପତ୍ତି ଜବତ
ସୁନା ଚୋରା ଚାଲାଣ ଘଟଣାରେ ସମ୍ପୃକ୍ତ କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ (ହର୍ଷବର୍ଦ୍ଧିନୀ ରାନ୍ୟା)ଙ୍କୁ ୩୪.୧୨ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜବତ କରିଛି । ଇଡି ପକ୍ଷରୁ ମନି ଲଣ୍ଡରିଂ ଆଇନ ଅନୁସାରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜବତ କରାଯାଇଥିବା ସମ୍ପତ୍ତି ମଧ୍ୟରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି । ରାନ୍ୟା ରାଓଙ୍କ ବିରୋଧରେ ସିବିଆଇ ନିକଟରେ ହୋଇଥିବା ଏକ ଅଭିଯୋଗ ଆଧାରରେ ଆରମ୍ଭ କରାଯାଇଥିଲା । ଏହି ଅଭିଯୋଗ ମାର୍ଚ୍ଚ ୭ ତାରିଖ ୨୦୨୫ ରେ ପଞ୍ଜିକୃତ ହୋଇଥିଲା । ଡାଇରେକ୍ଟର ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ ତରଫରୁ ଏହି ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗ ଆଧାରରେ ମୁମ୍ବାଇ ବିମାନବନ୍ଦରରୁ ଦୁଇଜଣ ବିଦେଶୀ ନାଗରିକଙ୍କ ଠାରୁ ପାଖାପାଖି ୨୧.୨୮ କିଲୋ ସୁନା ଜବତ କରାଯାଇଥିଲା । ଏହି ସୁନାର ମୂଲ୍ୟ ୧୮.୯୨ କୋଟି ଟଙ୍କା ଥିଲା ।
ଏହାର କିଛିଦିନ ପୂର୍ବରୁ ମାର୍ଚ୍ଚ ୩ ତାରିଖରେ ଡିଆରଆଇ ବେଙ୍ଗାଲୁରୁ କେମ୍ପାଗୌଡା ବିମାନବନ୍ଦରରୁ ରାନ୍ୟା ରାଓଙ୍କୁ ଗିରଫ କରାଯାଇଥିଲା । ତାଙ୍କ ନିକଟରୁ ୧୪.୨ କିଲୋ ୨୪ କ୍ୟାରେଟ୍ ଫରେନ ଅରଜିନାଲ ଗୋଲ୍ଡ ଜବତ କରାଯାଇଥିଲା । ଏହାପରେ ରାନ୍ୟା ରାଓଙ୍କ ବାସଭବନରେ ଚଢାଉ କରାଯାଇ ୨.୬୭ କୋଟି ନଗଦ ଟଙ୍କା ୨.୦୬ କୋଟିର ସୁନା ଗହଣା ଜବତ କରାଯାଇଥିଲା ।
