ଦେଓମାଳୀରେ ସୁଟିଂ ଆରମ୍ଭ : କୋରାପୁଟରେ ତେଲଗୁ ଫିଲ୍ମର ସୁପରଷ୍ଟାର ମହେଶ ବାବୁ

ଦକ୍ଷିଣ ଇଣ୍ଡଷ୍ଟ୍ରିର ଦକ୍ଷିଣରେ ସୁଟିଂ ଆରମ୍ଭ । ଗତକାଲି ସାଉଥ ସୁପରଷ୍ଟାର ମହେଶ ବାବୁ କୋରାପୁଟ ଆସିବା ପରେ ସୁଟିଂ ସେଟରେ ନଜର ଆସିଛନ୍ତି । ସୁପରଡୁପର ଡାଇରେକ୍ଟର ରାଜା ମଉଲିଙ୍କ 1000 କୋଟି ଵୟରେ ନିର୍ମିତ ଫିଲ୍ମ SSMB29ରେ ହିରୋ ମହେଶ ବାବୁଙ୍କ ସୁଟିଂ ଆରମ୍ଭ ହୋଇଛି |ହେଲେ ସୁରକ୍ଷା କଡ଼ାକଡ଼ି ଥିବାରୁ ମହେଶ ବାବୁଙ୍କୁ ଦେଖିନପାରି ଲୋକ ନିରାଶ ହୋଇ ଫେରିଯାଉଛନ୍ତି । ଜିଲ୍ଲାର ବିଭିନ୍ନ ପର୍ୟ୍ୟଟନ ସ୍ଥଳୀରେ ବିଗ୍‌ ବଜେଟ ତେଲୁଗୁ ଫିଲ୍ମ ଏସ୍‌ଏସ୍‌ଏମ୍‌ବି-୨୯ର ଶୁଟିଂ ଆରମ୍ଭ ହୋଇଛି ଜିଲ୍ଲା ପ୍ରଶାସନ ପକ୍ଷରୁ ଫିଲ୍ମ ସୁଟିଂ ପାଇଁ ସମସ୍ତ ପ୍ରକାର ସହାୟତା କରାଯାଉଛି ।

You might also like