ଆସନ୍ତା ୨୦ରେ ସ୍ପେସାଲ୍‌ ଓଟିଇଟିଲ

ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଶିକ୍ଷୟିତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସ୍ପେସାଲ୍‌ ଓଟିଇଟି) ଆସନ୍ତା ୨୦ ତାରିଖରେ ହେବ । ପୂର୍ବ ବର୍ଷ ଅପେକ୍ଷା ଏଥର ବହୁ ଅଧିକ ଆବେଦନକାରୀ ଥିବାରୁ ପରୀକ୍ଷା ପରିଚାଳନା ବୋର୍ଡ ପାଇଁ ଆହ୍ୱାନମୂଳକ ହେବ ବୋଲି କୁହାଯାଉଛି । ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ସ୍ପେସାଲ୍‌ ଓଟିଇଟି ନିଜ ବ୍ଲକ ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକରେ ହେଲେ ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ରହିବ ନାହିଁ ବୋଲି ଆଶଙ୍କା ଥିବାରୁ କେବଳ ଜିଲ୍ଲା ମୁଖ୍ୟାଳୟରେ ହିଁ ପରୀକ୍ଷା କେନ୍ଦ୍ର କରାଯାଇଛି । ୩୦ ଜିଲ୍ଲାରେ ମୋଟ୍‌ ୧୯୩ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯିବ । ୨୦୧୧ ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଓଟିଇଟି ସାର୍ଟିଫିକେଟ୍‌ ନଥିଲେ ପଦୋନ୍ନତି ମିଳିବ ନାହିଁ ବୋଲି ଗଣଶିକ୍ଷା ବିଭାଗ ନିର୍ଦ୍ଦେଶନାମା ଜାରି କରିଥିବାରୁ ବହୁ ବରିଷ୍ଠ ଶିକ୍ଷକ ପରୀକ୍ଷା ଦେବାକୁ ବାଧ୍ୟ ହୋଇଛନ୍ତି ।

You might also like