ଶ୍ରୀମନ୍ଦିରରେ ବରିଷ୍ଠ ସେବାୟତଙ୍କୁ ଆକ୍ରମଣ

ପୁରୀରେ ପୁଣି ବୁଲିଲା ଭୁଜାଲି। କୌଣସି ସାଧାରଣ ଲୋକ ନୁହେଁ ଦୁର୍ବୃତ୍ତ ଜଣେ ସେବାୟତଙ୍କୁ ଭୁଜାଲିରେ ହାଣି ଦେଇଛନ୍ତି।ରାବିଡ଼ି ବିକ୍ରିକୁ କେନ୍ଦ୍ର କରି ଏହି ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ବକ୍ସିଙ୍କୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ସେଠାରେ ତାଙ୍କର ଚିକିତ୍ସା କରୁଛନ୍ତି।ସୂଚନା ଅନୁସାରେ ଶ୍ରୀମନ୍ଦିର ଅଧିକାରୀ ବକ୍ସି ପଢ଼ିଆରୀ ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପରିସରରେ ଥିବା ପଶ୍ଚିମ ଦ୍ବାର ଦେଇ ଯାଉଥିବା ବେଳେ ତାଙ୍କୁ ପୂର୍ବରୁ ଅନୁସରଣ କରୁଥିବା ଦୁର୍ବୃତ୍ତ ଜଣକ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଆକ୍ରମଣର ଶିକାର ହୋଇ ଶ୍ରୀ ପଢ଼ିଆରୀ ତଳେ ପଡ଼ି ଛଟପଟ ହେଉଥିବା ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ମାରିଥିଲା। ଏହି ସମୟରେ ସେଠାରେ ମୁତୟନ ଥିବା ଶ୍ରୀମନ୍ଦିର ପୁଲିସ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତରଖାନାରେ ଶ୍ରୀ ପଢ଼ିଆରୀଙ୍କୁ ଚିକିତ୍ସା ସୁବଧା ଦିଆଯାଇଛି। ଆକ୍ରମଣ ଯୋଗୁଁ ତାଙ୍କର ଶରୀରର ଏକାଧିକ ସ୍ଥାନ କ୍ଷତ ଚିହ୍ନ ରହିଛି।