ରାଜ୍ୟ କର୍ମଚାରୀଙ୍କ ୩% DA ବଢ଼ାଇଲେ ସରକାର

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି। ବୁଧବାର ରାଜ୍ୟ ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ୩ ପ୍ରତିଶତ ବଢାଇଛନ୍ତି । ୫୦ରୁ ୫୩ ପ୍ରତିଶତକୁ ମହଙ୍ଗା ଭତ୍ତା ବୃଦ୍ଧି ପାଇଛି। ଜୁଲାଇ ୧, ୨୦୨୪ରୁ ଏହା ପିଛିଲା ଭାବେ ଲାଗୁ ହେବ। ସେହିପରି ପେନଶନଭୋଗୀଙ୍କ ଟି.ଆଇ ମଧ୍ୟ ୩ ପ୍ରତିଶତ ବୃଦ୍ଧି କରାଯାଇଛି। ଏଥିରେ ସାଢେ ୭ ଲକ୍ଷ କର୍ମଚାରୀ ଓ ପେନଶନଭୋଗୀ ଉପକୃତ ହେବେ।ସୂଚନାଥାଉକି, ଏହା ପୂର୍ବରୁ ଗତ ସପ୍ତାହରେ କେନ୍ଦ୍ର ସରକାର ମଧ୍ୟ ନିଜ କର୍ମଚାରୀଙ୍କ ଡିଏରେ ବୃଦ୍ଧି ହୋଇଥିଲା। କେନ୍ଦ୍ରୀୟ କର୍ମଚାରୀଙ୍କୁ ଡିଏ ଏବଂ ପେନସନଭୋଗୀଙ୍କୁ ଡିଆର୍ ମିଳେ । ଭାରତ ସରକାର ପ୍ରାୟ ୪୯ ଲକ୍ଷ କର୍ମଚାରୀ ଏବଂ ୬୦ ଲକ୍ଷ ପେନଶନଭୋଗୀଙ୍କ ମହଙ୍ଗା ଭତ୍ତା ଅର୍ଥାତ୍‌ ଡିଏ ଏବଂ ଡିଆରକୁ ୩ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଥିଲେ।