ଓଡିଶାରେ ଉତ୍କଟ ଚାକିରି ସମସ୍ୟା ।
ରାଜ୍ୟରେ ଉତ୍କଟ ଚାକିରି ସମସ୍ୟା । ବେକାରୀର ଚିତ୍ର ଉଦ୍ବେଗ ଜନକ। କର୍ମ ନିୟୋଜନ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି ୧୨ ଲକ୍ଷ, ହେଲେ ନିଯୁକ୍ତି ପାଇଛନ୍ତି ମାତ୍ର ୨୨୭୪। ତାଲିମ ନେଲେ ୧୮ ଲକ୍ଷ, ନିଯୁକ୍ତି ପାଇଛନ୍ତି ମାତ୍ର ୧ଲକ୍ଷ । ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ୧୦ ବର୍ଷରେ ରାଜ୍ୟ ସରକାର ୧୮ ଲକ୍ଷ ୪୨ ହଜାର ୬୭ ଜଣଙ୍କୁ ତାଲିମ ଦେଇଥିଲେ । ହେଲେ ସେମାନଙ୍କ ମଧ୍ୟରୁ କେବଳ ୧ ଲକ୍ଷ ୫ ହଜାର ୪୪୪ ଜଣଙ୍କୁ ହିଁ ଚାକିରି ଦିଆଯାଇଛି । ସେହିପରି ବିଗତ ସରକାରରେ ନିଯୁକ୍ତି ମେଳାର ମଧ୍ୟ ଆୟୋଜନ କରାଯାଇଥିଲା । କିନ୍ତୁ ବିଗତ ୫ ବର୍ଷରେ କେବଳ ୧ ଲକ୍ଷ ୫୪ ହଜାର ୪୪ ଜଣଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି । ରାଜ୍ୟରେ ବିଗତ ପାଞ୍ଚ ବର୍ଷରେ ୧୨ ଲକ୍ଷ ୧୩ ହଜାର ୯୨୪ ଜଣ ଯୁବକ ଯୁବତୀ ପଞ୍ଜୀକରଣ କରି ଚାକରି ଅପେକ୍ଷାରେ ଅଛନ୍ତି । ଏ ତଥ୍ୟ ପ୍ରମାଣ କରୁଛି କେତେ ଭୟଙ୍କର ହେଲାଣି ବେକାରୀ ସମସ୍ୟା ।
