ବେଲଭ୍ୟୁ ଛକରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ବିଶାଳ ବ୍ରୋଞ୍ଜ ପ୍ରତିମୂର୍ତ୍ତି କଟକର ବେଲ୍ ଭ୍ୟୁ ଛକରେ ଉଦଘାଟିତ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି। ସହରରେ ପ୍ରଥମ ଥର ପାଇଁ ୧୦ ଫୁଟ ଉଚ୍ଚ ଏବଂ ପାଖାପାଖି ୧୦ କୁଇଣ୍ଟାଲ ଓଜନର ବାଜପେୟୀଙ୍କ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଛି । ରାଜ୍ୟ ସରକାରଙ୍କ ସହଯୋଗରେ ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ଲକ୍ଷ୍ମୀଧର ରଣାଙ୍କ ସହ ୨୦ ଜଣ କାରିଗରଙ୍କ ସହଯୋଗରେ ପ୍ରସ୍ତୁତ ହୋଇଛି ବାଜପେୟୀଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ।

ଆଠ ଫୁଟ ଉଚ୍ଚ ଏକ ପଦ୍ମଫୁଲ ଅକୃତିର ଢାଞ୍ଚା ଉପରେ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ସ୍ଥାପନ କରାଯାଇଛି ।ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ଉଚ୍ଚ ଶିକ୍ଷା, ସଂସ୍କୃତି, ଭାଷା ସାହିତ୍ୟ ଏବଂ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଧନ୍ୟବାଦ ଦେଇଥିଲେ। ଏହାଛଡ଼ା ଏହି ପ୍ରତିମୂର୍ତ୍ତି ନିର୍ମାଣ ପଛରେ ଅବଦାନ ଥିବା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ସ୍ମୃତିଚାରଣ କରିଥିଲେ।

You might also like