୩ ଘଣ୍ଟା ଧରି ଟ୍ରାଫିକ୍ ଜାମ୍, କାର୍ ଥୋଇ ଚାଲି ଚାଲି ଘରେ ପହଞ୍ଚିଲେ ଲୋକେ

ଅନୁକୂଳ ଜଳବାୟୁ ଏବଂ ସୁହାଇବା ଭଳି ରହଣୀକୁ ନେଇ ଅନେକ ସୁନାମ ଅର୍ଜନ କରିଥିବା ସିଲିକନ ସିଟି ବେଙ୍ଗାଲୁରୁ ଟ୍ରାଫିକ୍ ସମସ୍ୟାକୁ ନେଇ ବି ଦୁର୍ମାମ ମୁଣ୍ଡାଇଛି। ଏହି ଦୁର୍ନାମ ଏବେ ଚରମ ହେବାକୁ ବସିଲାଣି। ସହରରେ ଟ୍ରାଫିକ୍ ସମସ୍ୟା ଏପରି ଅତିଷ୍ଟ କରିଛି ଯେ, ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଦୁଇ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବା ପରେ ମଝି ରାସ୍ତାରେ ଗାଡି ରଖିଦେଇ ଚାଲିଚାଲି ଘରକୁ ଯାଇଛନ୍ତି ଲୋକ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଖବର ମୁତାବକ, ବେଙ୍ଗାଲୁରୁରେ ପ୍ରବଳ ବର୍ଷା ଯୋଗୁଁ ଇଲେକ୍ଟ୍ରିନିକ ସିଟିର ଫ୍ଲାଏଓଭରରେ ଯିବାଆସିବା ପାଇଁ ପ୍ରବଳ ଭିଡ ଲାଗିଥିଲା । ରାସ୍ତାରେ ଗାଡି ଧରି ୩ ଘଣ୍ଟା ଅପେକ୍ଷା କରିବା ପରେ ବିରକ୍ତି ହୋଇଯାଇଥିଲେ ଲୋକ । ଘରକୁ ଯିବା ପାଇଁ ଅନେକ ଗାଡି ଲମ୍ବା ଲମ୍ବା ଧାଡି ହୋଇ ଛିଡା ହୋଇଥିଲା । ଏତେ ସମୟ ଧରି ଅପେକ୍ଷା କରି ଠିଆ ହୋଇଥିବା ଗାଡି ଛାଡି ଦେଇ ଚାଲିଚାଲି ଘରକୁ ଲୋକ ଯାଇଥିବାର ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି । ତେବେ ଜଣେ ବେଙ୍ଗାଲୁରୁ ବାସିନ୍ଦା ଏହି ସମୟର ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରି କହିଛନ୍ତି, “ମାଡ଼ିୱାଲଠାରୁ ବେଙ୍ଗାଲୁରୁ ରାସ୍ତା ସମ୍ପୂର୍ଣ୍ଣ ଜାମ୍। ଦୁଇ କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ି ମୋଟର ଅଟକି ରହିଛି। ଦୀର୍ଘ ଅଢେଇ ଘଣ୍ଟା ହେବ ସମାନ ଅବସ୍ଥା। ଯଦି ଏପରି ସ୍ଥିରିରେ କିଛି ଜରୁରୀ ସମସ୍ୟା ହୁଏ, କିମ୍ବା କାହାକୁ ଡାକ୍ତରଖାନା ଯିବାକୁ ପଡ଼େ, ତେବେ ତାଙ୍କର ବଞ୍ଚିବାର ଆଶା କ୍ଷୀଣ।”