କଟକରେ ଗାଡ଼ି ଯାଞ୍ଚ ପ୍ରକ୍ରିୟା ଆରମ୍ଭ,ମଦ ପିଇ ଗାଡି ଚଳାଇଲେ ଦେବାକୁ ପଡିବ ଏତିକି…

ଆଜି କଟକ ସହରରେ କମିଶନରେଟ ଟ୍ରାଫିକ ପୁଲିସ ପକ୍ଷରୁ ଗାଡ଼ି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି। କମିଶନରେଟ ଟ୍ରାଫିକ ପୁଲିସ ପକ୍ଷରୁ କଟକ ଓଏମପି ଛକରେ ସବୁ ଭାରିଯାନକୁ ଅଟକାଇ ଯାଞ୍ଚ କରାଯାଉଛି। ସେହିପରି ହେଲମେଟ୍ ପିନ୍ଧୁ ନଥିବା ଗାଡି ଚାଳକଙ୍କୁ ଧରୁଛି ପୋଲିସ ଏବଂ ସେମାନଙ୍କ ଠାରୁ ମୋଟା ଅଙ୍କର ଫାଇନ୍ ମଧ୍ୟ ଆଦାୟ କରାଯାଉଛି । ସେହିପରି ମଦ ପିଇ ଗାଡ଼ି ଚଳାଉଥିବା ଚାଳକଙ୍କଠାରୁ ୧୦ ହଜାର ଟଙ୍କାର ଫାଇନ୍ ମଧ୍ୟ ଆଦାୟ କରିଛି ଏବଂ ଗାଡିକୁ ସିଜ୍ ମଧ୍ୟ କରାଯାଇଛି । ତେବେ ଵସ୍ ଓ ଟ୍ରକ ଗୁଡିକ ମଲ୍ଟି ହର୍ଣ୍ଣ ଓ ପ୍ରେସର ହର୍ଣ୍ଣ ଵ୍ୟଵହାର ଉପରେ କଟକଣା ରହିଛି । ଏଭଳି ହର୍ଣ୍ଣ ଦ୍ୱାରା ସାଧାରଣ ପଥଚାରୀ ଓ ଵାଇକ ଚାଳକ ଭୟଭୀତ ହେଵା ସହ ବେଳେ ବେଳେ ଏହି ହର୍ଣ୍ଣ ଦୁର୍ଘଟଣାର କାରଣ ପାଲଟୁଛି ।

ଏହା ସହ ଏଭଳି ମଲଟି ହର୍ଣ୍ଣ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାଵ ପକାଉଛି । ପରିବହନ ଵିଭାଗ ନିୟମ ଅନୁସାରେ ଵସ୍ ବା ଟ୍ରକ୍ ଗୁଡିକ ୧୦ ଡେସିବଲରୁ ଅଧିକ ଶବ୍ଦ କରୁଥିବା ହର୍ଣ୍ଣ ଵ୍ୟଵହାର କରି ପାରିବେ ନାହିଁ। ଅନ୍ୟପେ, ରାଜଧାନୀରେ ଜଣେ ଡ୍ରାଇଭର ତାଙ୍କ କାରରେ କଳା ରଙ୍ଗର କାଚ ଲଗେଇଥିବାରୁ ପୋଲିସ ଗାଡି କାଚରୁ କଳା ରଙ୍ଗର ଜରି କାଢିବା ସହ ୫ ହଜାର ଟଙ୍କା ଫାଇନ୍ ଆଦାୟ କରିଛି ।

You might also like