ସରକାରୀ କର୍ମଚାରୀ ଅଫିସ୍ ବିଳମ୍ବରେ ପହଞ୍ଚିଲେ କାର୍ଯ୍ୟାନୁଷ୍ଠାନ
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ଠିକ୍ ସମୟରେ ଅଫିସ୍ ଆସୁନାହାନ୍ତି। ଫଳରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ବିଳମ୍ବ ହେଉଛି। ଏହାକୁ ନେଇ ବିଭାଗ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଏହା ନଜରକୁ ଆସିବା ପରେ କର୍ମଚାରୀଙ୍କୁ ବିଭାଗ ଏନେଇ ଚେତାଇ ଦେଇଛି। ଠିକ୍ ଦିନ ୧୦ଟା ବେଳେ ସମସ୍ତ କର୍ମଚାରୀ କାର୍ଯ୍ୟାଳୟକୁ ଆସିବା ଆବଶ୍ୟକ।ଠିକ୍ ସମୟରେ ଅଫିସ ନ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ ସିଧାସଳଖ ଶୁଣାଇ ଦିଆଯାଇଛି। ବିଭାଗର ସମସ୍ତ କର୍ମଚାରୀ ନିରନ୍ତର ଭାବେ ନିଜ ଡ୍ୟୁଟିରେ ଯୋଗଦେବାକୁ କୁହାଯାଇଛି।ଏହା ବିଭାଗର କମିଶନର ତଥା ସଚିବଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।
