ମାର୍ଚ୍ଚ ମାସ ସୁଦ୍ଧା ୨୧ ବର୍ଷରେ ପାଦ ଦେଇଥିବା ଝିଅମାନଙ୍କୁ ମିଳିବ ସୁଭଦ୍ରା ଟଙ୍କା
ଯେଉଁମାନେ ସୁଭଦ୍ରା ଟଙ୍କା ଏପର୍ଯ୍ୟନ୍ତ ପାଇଁ ନାହାନ୍ତି ସେମାନଙ୍କ ପାଇଁ ଖୁସି ଖବର ନେଇ ଆସିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମାର୍ଚ୍ଚ ବେଳକୁ ଯୁବତୀ ଯଦି ୨୦ ବୟସରୁ ୨୧ ବୟସରେ ପାଦ ଦେଇଥିବେ ତାହେଲେ ସେ ବି ଆବେଦନ କଲେ ଟଙ୍କା ପାଇଯିବେ ବୋଲି କହିଛନ୍ତି । ପ୍ରଥମ କିସ୍ତିର ଶେଷ ଦିନ ହେବ ମାର୍ଚ୍ଚ ୭ । ମାର୍ଚ୍ଚ ୮ରେ ଦ୍ଵିତୀୟ କିସ୍ତି ଦିଆହେବ । ବ୍ୟସ୍ତ ନହେବା ପାଇଁ କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ।
ଏବେ ରେଜିଷ୍ଟ୍ରେସନ କଲେ ବି ଫେବୃଆରୀରେ ପାଇବେ । କୋଟିଏ ଚାରି ଲକ୍ଷ୍ୟ ହିତାଧିକାରୀ ରେଜିଷ୍ଟ୍ରେସନ କରିଥିଲେ । ଏବେ ସୁଧା ୮୦ ଲକ୍ଷ ୪୬ ହଜାର ମହିଳାଙ୍କୁ ଟଙ୍କା ମିଳିସାରିଛି ।ବାକି ଆବେଦନକାରୀଙ୍କ ଫିଜିକାଲ ଭେରୀଫିକେଶନ ପାଇଁ ବ୍ଲକ ସ୍ତରରେ କୁହାଯାଇଛି । ଅଯୋଗ୍ୟ ହେଇଯାଇଥିବା ୨ଲକ୍ଷ ୬୭ ହଜାର ଅଯୋଗ୍ୟ ଆବେଦନକାରୀଙ୍କ ପ୍ରାୟ ଜିଲ୍ଲାରେ ବିଭାଗୀୟ ଅଧିକାରୀ ରିଭିୟୁ କରି୨୨ ପ୍ରତିଶତ ଅସୁବିଧା ଦୂର କରାଇପାରିଛନ୍ତି ।