ସୁବ୍ରତ ବାଗଚିଙ୍କ ଲୋକପ୍ରିୟତା ଓ ମହାନତା ବିଷୟରେ କିଛି କଥା

କୋଭିଡ ପ୍ରାରମ୍ଭ ସମୟରେ ପ୍ରଥମ କରି ସୁବ୍ରତ ବାଗଚିଙ୍କୁ ଦେଖିବାର ସୁଯୋଗ ମିଳିଲା l ସେ ସମୟରେ ସରକାରଙ୍କ ତରଫରୁ ସେ ପ୍ରେସ ବ୍ରିଫିଙ୍ଗ କରୁଥଲେ l ତାଙ୍କର ବ୍ରିଫିଙ୍ଗ ଷ୍ଟାଇଲ ଆମକୁ ଚକିତ ହତଵାକ କରି ଦେଇଥିଲା l ସେ ପ୍ରତିଦିନ ଟିଭିରେ ଆସିବା ସମୟକୁ ଲୋକେ ଅନାଇ ବସୁଥିଲେ l ତାଙ୍କର ସମାଜକୁ ସୁନ୍ଦର ସନ୍ଦେଶ ରହୁଥିଲା l ବିଭିନ୍ନ ପୂରାଣର ଆଖ୍ୟାନ ଜରିଆରେ ସୁନ୍ଦର ସୁନ୍ଦର କଥା ବୁଝାଇବାକୁ ଚେଷ୍ଟା କରିଥିଲେ l କିନ୍ତୁ ତାଙ୍କର ଏହି ଅପାର ଲୋକପ୍ରିୟତା ଦେଖି ସେ ସମୟର ବ୍ୟୁରୋକ୍ରେଟମାନେ ବାଗଚି ମହୋଦୟଙ୍କୁ ପ୍ରେସ ବ୍ରିଫିଙ୍ଗ କାମରୁ ହଟାଇ ନିଜେ କାମ ସମ୍ଭାଳିଲେ lକୋଭିଡ ସମୟରେ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଓ ଆର୍ଥିକ ଅବସ୍ଥା ଦେଖି ତାଙ୍କ ମନ ବିଚଳିତ ହେଉଥିଲା l

ଥିଲା ବାଲାଙ୍କୁ ସେ ଅନୁରୋଧ କରୁଥିଲେ ଦାନ ଧର୍ମ କରିବା ପାଇଁ l ସେ ସମୟର ଦୁଃଖଦ ପରିସ୍ଥିତି ଏହି ଶିଳ୍ପପତିଙ୍କ ମନକୁ ବହୁ ବିଚଳିତ କରିଥିଲା l ତାଙ୍କରତ ଧନ ଥିଲା l ସେ ହଠାତ ଦାନୀ ହେବାକୁ ମନ ବଳାଇଲେ ଏଵଂ ଭୁବନେଶ୍ୱର ସହରରେ ଏକ କ୍ୟାନସେର ହସ୍ପିଟାଲ ତିଆରି ପାଇଁ 350 କୋଟି ଟଙ୍କା ଦାନ ଦେଇ ନିଜର ଦେବୋପମ ଗୁଣର ପରିପ୍ରକାଶ କଲେ l

ପୁଣି ଏକ ଘୋଷଣା ସାରା ଓଡ଼ିଶା ଲୋକଙ୍କୁ ଚକିତ କରିଦେଲା l ସୁବ୍ରତ ବାଗଚି ତାଙ୍କ ସ୍ତ୍ରୀ ସହିତ ମିଶି ବାଙ୍ଗାଲୋର ସହରରେ ଭାରତର ଏକ ବିଜ୍ଞାନ ଗବେଷଣା କେନ୍ଦ୍ରକୁ 400 କୋଟି ଟଙ୍କା ଦାନ କଲେ l ଦାନ କରିବା ବ୍ୟକ୍ତି ସବୁ ଯୁଗରେ ମହାନ ବ୍ୟକ୍ତି l ଏମାନେ ଈଶ୍ବରଙ୍କ ଉତ୍ତମ ସନ୍ତାନ lବାଗଚିଙ୍କ ଘର ପାଟଣାଗଡ଼ ଏଵଂ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ l ସେ ଜଣେ ସଫଳ ଶିଳ୍ପପତି l ତାଙ୍କ ସ୍ତ୍ରୀ ଜଣେ ଲେଖିକା ଏଵଂ ସବୁଠାରୁ ଲୋକପ୍ରିୟ ଓଡ଼ିଆ ପତ୍ରିକା ସୁଚରିତାର ସମ୍ପାଦିକା ଶକୁନ୍ତଳା ପଣ୍ଡାଙ୍କ କନ୍ୟା ସେ l ଏ ହିସାବରେ ସେ ଲେଖା ଲେଖି କରନ୍ତି ଓଡ଼ିଆ ଓ ଇଂରାଜୀ ଭାଷାରେ l

Leave a comment