ଦୁର୍ଘଟଣାର ଶିକାର ହେଲେ ସିନେ ନିର୍ଦ୍ଦେଶକ ସୁଧାକର ବସନ୍ତ । 

କଟକ ମଙ୍ଗୁଳି ସ୍ଥିତ ବଜରଙ୍ଗୀ ଓ୍ୱେ ବ୍ରିଜ୍‌ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ସୁଧାରକର ବସନ୍ତଙ୍କ ଗାଡି। ତେବେ ଗୁରୁତର ଅବସ୍ଥାରେ ସୁଧାକର ବସନ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମଙ୍ଗୁଳି ଛକରେ ଏକ ଟ୍ରକ ରାସ୍ତାକଡରେ ଛିଡା ହୋଇଥିବାବେଳେ ସୁଧାକର ବସନ୍ତଙ୍କ କାରଟି ଆସି ପିଟି ହୋଇଯାଇଛି। କାରଟି ଚଣ୍ଡୀଖୋଲ ପଟୁ କଟକ ଆଡକୁ ଆସୁଥିବାବେଳେ ଏଭଳି ଅଘଟଣ ଘଟିଛି। କାରରେ ଥିବା ତାଙ୍କ ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି ।ଦୁଇ ଜଣଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରାୟ ଭୋର ୩ଟାରୁ ୪ଟା ମଧ୍ୟରେ ସୁଧାକର ବସନ୍ତଙ୍କ ଗାଡି ଦୁର୍ଘଟଣାଗସ୍ତ ହୋଇଥିବା ଜଣାପଡ଼ିଛି ।

ମଙ୍ଗୁଳି ଛକ ରାସ୍ତା କଡରେ ଛିଡ଼ା ହୋଇଥିବା ଏକ ସିମେଣ୍ଟ ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ସୁଧାକରଙ୍କ କାର । ଦୁର୍ଘଟଣାରେ ସୁଧାକରଙ୍କ କାର୍ ଭାଙ୍ଗି ଚୁରମାର ହୋଇଯାଇଛି । ଚୌଦ୍ଵାର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସୁଧାକର ଓ ତାଙ୍କ ଡ଼୍ରାଇଭରଙ୍କୁ କାରକୁ କାଟି ଉଦ୍ଧାର କରିଥିଲେ ।