ଆସନ୍ତାକାଲି ୨୨ ପ୍ରତିଶତ ଆବେଦନକାରୀଙ୍କୁ ଟଙ୍କା ମିଳିବ ।
‘ସୁଭଦ୍ରା’ ଯୋଜନାକୁ ନେଇ ଶନିବାର ବଡ଼ ଅପ୍ଡେଟ୍ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସଭୁଦ୍ରା ଯୋଜନାରୁ ବାଦ ପଡ଼ିଥିବା ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ଶେଷ ହୋଇଛି । ଯାଞ୍ଚ ପରେ ଆସନ୍ତାକାଲି ୨୨ ପ୍ରତିଶତ ଆବେଦନକାରୀଙ୍କୁ ଟଙ୍କା ମିଳିବ ।ସେ କହିଛନ୍ତି ଯେ ବାକି ଆବେଦନକାରୀ ଜମି ଯୋଗ୍ୟତା ପାଇଁ ବାଦ ପଡ଼ିଛନ୍ତି । ବ୍ଲକସ୍ତରକୁ ରିପୋର୍ଟ ଯାଇଛି । ସେମାନଙ୍କର ଯାଞ୍ଚ କରି ସାମିଲ କରାଯିବ । ୫ ଲକ୍ଷ ମିସମ୍ୟାଚ ଆବେଦନର ସମାଧାନ ହୋଇନାହିଁ । ସେମାନେ ଏଥର ସାମିଲ ହେବେ ନାହିଁ ।
ଆଧାର, ଆକାଉଣ୍ଟ ଓ ମୋବାଇଲ ନମ୍ବର ସଂଯୋଗ ପରେ ସାମିଲ ହେବେ । ସମାଧାନ ପରେ ସେମାନଙ୍କୁ ଡିସେମ୍ବର ମାସରେ ମିଳିବ । ସରକାରୀ କର୍ମଚାରୀ ସଚେତନ କରିବାକୁ ଘରକୁ ଘର ଯିବେ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି । ଏହାଛଡ଼ା ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଏଯାବତ ୧ କୋଟି ୧୬ ଲ%ରେ ସୁଭଦ୍ରା ଆବେଦନ ପହଞ୍ଚିଲାଣି।ଶେଷ ହିତାଧିକାରୀଙ୍କୁ ଯୋଡିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ଅଙ୍ଗନବାଡ଼ି, ମିଶନ ଶକ୍ତି ମା’, ପିଓ ମାନେ ଗାଁକୁ ଯିବେ । ରବିବାର ସୁନ୍ଦରଗଡ଼ରୁ ୨୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ସୁଭଦ୍ରା ଟଙ୍କା ଦେବେ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।