ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ।

ହିନ୍ଦୀ ସିନେମା ଏବଂ ଦକ୍ଷିଣ ସିନେମାରେ ଜବରଦସ୍ତ ପରିଚୟ ତିଆରି କରିଥିବା ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ। ସୋମବାର ବିଳମ୍ବିତ ରାତିରେ ୭୩ବର୍ଷୀୟ ରଜନୀକାନ୍ତଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ରଜନୀକାନ୍ତ ଅସୁସ୍ଥ ହେବା ଖବର ସାମ୍ନାକୁ ଆସିବା ପରେ ସାମାଜିକ ଗଣମାଧ୍ୟମରେ ପ୍ରଶଂସକ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୀଘ୍ର ଆରୋଗ୍ୟ ହେବା ପାଇଁ କାମନା କରିଛନ୍ତି।ସୁପରଷ୍ଟାର ରଜନୀକାନ୍ତଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇ ଚେନ୍ନାଇ ପୋଲିସ କହିଛି ଯେ ପେଟରେ ଯନ୍ତ୍ରଣା ହେତୁ ତାଙ୍କୁ ଚେନ୍ନାଇର ଆପୋଲୋ ଗ୍ରିମସ ରୋଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥି ସହିତ ତାଙ୍କ ପତ୍ନୀ ମିଡିଆରେ ସୁପରଷ୍ଟାରଙ୍କ ସ୍ବାସ୍ଥ୍ୟ ଅପଡେଟ ଦେଇଛନ୍ତି। ରଜନୀକାନ୍ତଙ୍କ ପତ୍ନୀ ଲତା କେବଳ କହିଛନ୍ତି ଯେ ବର୍ତ୍ତମାନ ସବୁ ଠିକ ଅଛି।