ସୁପ୍ରିମକୋର୍ଟ ନିୟମରେ ଏକ ବଡ଼ ପରିବର୍ତ୍ତନ! ଏବେ ଶନିବାର ମଧ୍ୟ ଖୋଲା ରହିବ ରେଜିଷ୍ଟ୍ରି
ସୁପ୍ରିମକୋର୍ଟ ନିୟମରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଏହି ପରିବର୍ତ୍ତନ ରାଷ୍ଟ୍ରପତିଙ୍କ ମଞ୍ଜୁରୀରେ କରାଯାଇଛି। ଏବେ ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଓ କାର୍ଯ୍ୟାଳୟ ଶନିବାର ମଧ୍ୟ ଖୋଲା ରହିବ। ପୂର୍ବରୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରି କାର୍ଯ୍ୟାଳୟ ଶନିବାର ବନ୍ଦ ରହୁଥିଲା। ହେଲେ ଏବେ ସଂଶୋଧନ ପରେ ଶନିବାର ସକାଳ ୧୦ରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ରେଜିଷ୍ଟ୍ରି କାର୍ଯ୍ୟାଳୟ ଖୋଲା ରହିବ। ମିଳିଥିବା ନୋଟିସ୍ ଅନୁସାରେ ସମ୍ବିଧାନର ଅନୁଚ୍ଛେଦ ୧୪୫ ଅନୁସାରେ ସୁପ୍ରିମକୋର୍ଟ ଦ୍ୱାରା ରାଷ୍ଟ୍ରପତିଙ୍କ ମଞ୍ଜୁରୀରେ ସୁପ୍ରିମକୋର୍ଟ ରୁଲସ୍ ୨୦୧୩ ଅର୍ଡର ୨ର ନିୟମ ୧,୨ଓ ୩ରେ ସଂଶୋଧନ କରାଯାଇଛି। ଏହି ସଂଶୋଧନ ପରେ ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଓ କାର୍ଯ୍ୟାଳୟ ଶନିବାର ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ।
