ପ୍ରଥମଥର ରାଷ୍ଟ୍ରପତିଙ୍କୁ ଏମିତି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟରୁ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି । ସୁପ୍ରିମକୋର୍ଟ ଏକ ମାମଲାରେ ଦେଶର ରାଷ୍ଟ୍ରପତିଙ୍କ ପାଇଁ ମଧ୍ୟ ସମୟ ସୀମା ସ୍ଥିର କରିଛନ୍ତି । ଏନେଇ ସୁପ୍ରିମକୋର୍ଟ କହିଛନ୍ତି କି, ରାଜ୍ୟପାଳଙ୍କ ତରଫରୁ ରାଷ୍ଟ୍ରପତିଙ୍କୁ ପଠା ଯାଉଥିବା ବିଲ୍ ଉପରେ ରାଷ୍ଟ୍ରପତି ୩ ମାସ ମଧ୍ୟରେ ନିଷ୍ପତ୍ତି ନେବା ବାଧ୍ୟତାମୂଳକ ।ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ତାମିଲନାଡୁ ରାଜ୍ୟପାଳଙ୍କ ଦ୍ୱାରା ବିଚାରାଧୀନ ବିଲ୍‌ଗୁଡ଼ିକୁ ଅନୁମୋଦନ ନ ଦେବାର ନିଷ୍ପତ୍ତିକୁ ରଦ୍ଦ କରିବା ପରେ ଆସିଛି।ତାମିଲନାଡୁ ମାମଲାରେ ରାୟ ପ୍ରଦାନ କରି ବିଚାରପତି ଜେବି ପାରଦିୱାଲା ଏବଂ ଆର ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି, ଧାରା ୨୦୧ ଅନୁଯାୟୀ ରାଷ୍ଟ୍ରପତିଙ୍କ ଦ୍ୱାରା କାର୍ଯ୍ୟ ସମ୍ପାଦନ ନ୍ୟାୟିକ ସମୀକ୍ଷା ପାଇଁ ଉତ୍ତରଦାୟୀ। ଧାରା ୨୦୧ ଅନୁଯାୟୀ, ଯେତେବେଳେ ରାଜ୍ୟପାଳଙ୍କ ଦ୍ୱାରା ଏକ ବିଲ ସଂରକ୍ଷିତ ରଖାଯାଏ, ରାଷ୍ଟ୍ରପତି ଘୋଷଣା କରିବେ ଯେ ସେ ବିଲ ପ୍ରତି ତାଙ୍କର ସମ୍ମତି ପ୍ରଦାନ କରିବେ କିମ୍ବା କରିବେ ନାହିଁ। ତଥାପି, ସମ୍ବିଧାନରେ କୌଣସି ସମୟ ସୀମା ଦିଆଯାଇ ନାହିଁ। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି, ରାଷ୍ଟ୍ରପତିଙ୍କର “ପକେଟ ଭିଟୋ” ନାହିଁ ଏବଂ ତାଙ୍କୁ ଏହାକୁ ସମ୍ମତି ଦେବାକୁ ପଡିବ କିମ୍ବା ସ୍ଥଗିତ ରଖିବାକୁ ପଡିବ।ଏହାସହ କୋର୍ଟ କହିଛନ୍ତି କି, ଯେଉଁଠି ରାଜ୍ୟପାଳ ରାଷ୍ଟ୍ରପତିଙ୍କ ପାଇଁ ବିଲ୍ ସଂରକ୍ଷିତ ରଖୁଛନ୍ତି ଓ ରାଷ୍ଟ୍ରପତି ସହମତି ଦେଉନାହାଁନ୍ତି, ତେବେ ରାଜ୍ୟ ସରକାର ନ୍ୟାୟାଳୟରେ ଏନେଇ ମାମଲା ଦାଖଲ କରିପାରିବେ । ସେପେଟ ସମ୍ବିଧାନର ଧାରା ଅନୁଛେଦ ୨୦୦ ମୁତାବକ ରାଜ୍ୟପାଳଙ୍କୁ ବିଧାନସଭାରେ ପାରିତ ବିଧେୟକୁ ଗ୍ରହଣ କରିବା, ଗ୍ରହଣ ନକରିବା ଓ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ଅଧିକାର ଦିଆଯାଇଛି ।

You might also like