କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କୁ ଗିରଫ କଲା ଭିଜିଲାନ୍ସ।

କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କୁ ଗିରଫ କଲା ଭିଜିଲାନ୍ସ। ନୂଆପଡ଼ା R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ ଶନିବାର ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।ଏକକାଳୀନ ୮ଟି ସ୍ଥାନରେ ଚଢାଉ ହୋଇଥିଲା । ପୁରୀ, ଭୁବନେଶ୍ବର ଓ ନୂଆପଡ଼ାରେ ରେଡ୍ କରିଥିଲା ଭିଜିଲାନ୍ସ। ଭୁବନେଶ୍ବରର ୫ଟି ସ୍ଥାନରେ ରେଡ ହୋଇଥିଲା। ରେଡ ବେଳେ ୫୫ ଲକ୍ଷ ଟଙ୍କା, ୧.୪ କେଜି ସୁନା ଠାବ ହୋଇଥିଲା । ଏହାସହ ୩ଟି ବିଲ୍ଡିଂ, ୯ଟି ଦାମୀ ପ୍ଲଟ ଠାବ କରିଥିଲା ଭିଜିଲାନ୍ସ । ଦୁଇଟି ଦାମୀ ୪ ଚକିଆ ଗାଡ଼ି ମଧ୍ୟ ଠାବ ହୋଇଛି ।

You might also like