ପ୍ରତି ପଞ୍ଚାୟତରେ ତହସିଲ ଖୋଲିବ -ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ରାଜସ୍ବ ଆଇନରେ ସଂସ୍କାର । କମିଲା ରାଜ୍ୟର ଜମି କିସମ ସଂଖ୍ୟା । ୭୦୦୦ ଜମି କିସମ କମି ୨୭ରେ ରଖାଯିବ । ଏନେଇ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ପ୍ରଦାନ କରିଛନ୍ତି । ସେହିଭଳି ଜମି ସତ୍ତ୍ୱର ପରିବର୍ତ୍ତନ ହେବ । ରାଜ୍ୟରେ ରାଜସ୍ୱ ଆଇନରେ ୩୦୦୦ ସତ୍ତ୍ୱର ପରିବର୍ତ୍ତନ କରାଯାଇ ଏହାକୁ ଦୁଇ ଅଙ୍କରେ ସୀମିତ ରଖିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଆଜି କାଲି ଏତେ ପ୍ରକାରର ସତ୍ତ୍ୱର କୌଣସି ଆବଶ୍ୟକତା ନାହିଁ । ଆବଶ୍ୟକତା ନଥିବା ସତ୍ତ୍ୱକୁ ସରକାର ଉଚ୍ଛେଦ କରିବେ । ଅନ୍ୟପଟେ ପ୍ରତି ପଞ୍ଚାୟତରେ ତହସିଲ ଖୋଲିବ । ମାସରେ ୨ ଥର ପଞ୍ଜାୟତକୁ ଯିବେ ରାଜସ୍ୱ ଅଧିକାରୀ । ତହସିଲଦାର, ଅତିରିକ୍ତ ତ÷ସିଲଦାର ପଞ୍ଚାୟତକୁ ଯିବେ ।

ରାଜସ୍ୱ ଅଫିସରେ ଜମିଜମା ସମସ୍ୟା ସମାଧାନ ହେବ । ତହସିଲ କାମ ପାଇଁ ଆଉ ବ୍ଲକ ଯିବାକୁ ପଡ଼ିବ ନାହିଁ ।’ମୋ ପାଞ୍ଚୟତ ମୋ ତହସିଲ’ ନାମରେ କାର୍ଯ୍ୟକ୍ରମ ହେବ ।

You might also like