‘ରେଡ୍-୨’ର ଫିଲ୍ମ ସେଟ୍ରୁ ଲିକ୍ ହେଲା ତମନ୍ନା ଭାଟିଆଙ୍କ ଡ୍ୟାନ୍ସ ଭିଡିଓ
ସାମ୍ନାକୁ ଆସିଲା ‘ରେଡ୍ ୨’ର ଦମ୍ଦାର୍ ଟ୍ରେଲର୍ । ଅଜୟ ଦେବଗନ ଏବଂ ରିତେଶ ଦେଶମୁଖଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରେଡ୍ ୨’ର ଟ୍ରେଲର ରିଲିଜ୍ ହୋଇଛି। ଅଜୟ ଦେବଗନ ଏବଂ ରିତେଶ ଦେଶମୁଖଙ୍କ ଫିଲ୍ମ ‘ରେଡ୍ ୨’ ଅନେକ ଦିନରୁ ଚର୍ଚ୍ଚାରେ ରହି ଆସିଛି। ପ୍ରଶଂସକଙ୍କ ଉତ୍କଣ୍ଠା ବଢାଇବା ପାଇଁ ଫିଲ୍ମର ଚମତ୍କାର ଟ୍ରେଲର ରିଲିଜ୍ ହୋଇଛି। ଯେଉଁଥିରେ ଅଜୟଙ୍କ ଆଉ ଏକ ଦମ୍ଦାର୍ ‘ରେଡ୍’ ଦେଖିବାକୁ ମିଳିଛି । ତେବେ ତମନ୍ନା ଭାଟିଆଙ୍କର କିଛି ଲିକ୍ ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ଏଥିରେ ଏକ ଗୀତରେ ତମନ୍ନାଙ୍କୁ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି।‘ରେଡ୍-୨’ରେ ତମନ୍ନା ଆଇଟମ୍ ଗୀତରେ ଡ୍ୟାନ୍ସ କରିଛନ୍ତି । ଫ୍ୟାନ୍ ଟ୍ରେଲର୍ରେ ଏହାର ଝଲକ୍ ଦେଖିଛନ୍ତି । ତାଙ୍କ ଗୀତ ସୁଟିଂ ବେଳର ଲିକ୍ ଭିଡିଓରେ ତମନ୍ନା ଧଳା ଓ ଗୋଲ୍ଡେନ୍ ପୋଷାକ ପିନ୍ଧିଛନ୍ତି । ସେ କ୍ୟାମେରାକୁ ପୋଜ୍ ଦେଉଥିବାବେଳେ ପଛରେ ନୃତ୍ୟଶିଳ୍ପୀମାନେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି । କେବଳ ଝଲକ୍ ନୁହେଁ, ପରଦାରେ ତମନ୍ନାଙ୍କୁ ଅଧିକ ଦେଖିବା ପାଇଁ ଫ୍ୟାନ୍ ଖୁବ୍ ଉତ୍ସାହିତ ଅଛନ୍ତି ।
