ଆସୁଛି ବଡ଼ ବାତ୍ୟା! ଓଡ଼ିଶାର ଏହିସବୁ ଜିଲାରେ ପ୍ରବଳ ବର୍ଷା!
ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧିଲା ଆଉ ଏକ ବାତ୍ୟା । ମୌସୁମୀ ଅପସାରଣ ପରେ ସୃଷ୍ଟି ହେବାକୁ ଯାଉଛି ଦ୍ବିତୀୟ ବାତ୍ୟା । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ବଡ ସୂଚନା ଦିଆଯାଇଛି । ଗଭୀର ଅବପାତରେ ପରିଣତ ହୋଇଥିବା ଲଘୁଚାପ ବାତ୍ୟାରେ ପରିଣତ ହେବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତାକାଲି ଅର୍ଥାତ ନଭେମ୍ବର ୨୭ ତାରିଖରେ ସୃଷ୍ଟି ହେବ ବାତ୍ୟା । ଆଜି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହୋଇଛି ଅବପାତ। ଏବେ ତାହା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଏହା ଗତି କରୁଛି।
ଯାହାକି ଆସନ୍ତାକାଲି ବାତ୍ୟାର ରୂପ ନେବ। ଏବେ ତାହା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି। ଏବେ ଦକ୍ଷିଣ ଦକ୍ଷିଣପୂର୍ବ ଚେନ୍ନାଇ ଠାରୁ ୭୭୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି।ହାର ପ୍ରଭାବରେ ଓଡିଶା ଉପକୂଳ ଓ ଦକ୍ଷିଣର କିଛି ଜିଲାରେ ବର୍ଷା ସମ୍ଭାବନା ରହିଛି। ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଶୀତ କମିବା ନେଇ ମଧ୍ୟ ଆକଳନ କରାଯାଇଛି। ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ପୁରୀ, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ମାଲକାନଗିରିରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ଏହାସହ କୋରାପୁଟ, ରାୟଗଡାର କିଛି କିଛି ସ୍ଥାନରେ ବର୍ଷା ଆକଳନ କରାଯାଇଛି।