ପରିସ୍ରାରେ ଅଟା ଚକଟି ଖୁଆଉଥିଲେ ଚାକରାଣୀ, ଗିରଫ ପରେ କହିଲେ ସତକଥା

ଅଟାରେ ପରିସ୍ରା ଗୋଳାଇ କରୁଥିଲେ ରୁଟି । ଯେଉଁ ଘରେ କାମ କରୁଥିଲେ, ସେହି ଘର ଲୋକଙ୍କୁ ଖୁଆଉଥିଲେ। ଗାଜିଆବାଦର ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ କେଉଁ କାରଣରୁ ଏଭଳି ଅଭାବନୀୟ କାଣ୍ଡ ଭିଆଉଥିଲେ ସେନେଇ ଚାକରାଣୀ ମୁହଁ ଖୋଲିଛନ୍ତି।ସହାୟିକା ଜଣକ ୮ ବର୍ଷ ଧରି ଜଣଙ୍କ ଘରେ କାମ କରୁଥିଲେ । ହେଲେ ସେ ମାଲିକ ପରିବାର ପାଇଁ ଯେଉଁ ଖାଦ୍ୟ ରାନ୍ଧୁଥିଲେ, ସେଥିରେ ସେ ପରିସ୍ରା ମିଶାଉଥିଲେ । ଫଳରେ ପୂରା ପରିବାର ଭୟଙ୍କର ରୋଗର ଶିକାର ହୋଇଥିଲା । ମାଲିକ ରୋଷେଇ ଘରେ ସିସିଟିଭି କ୍ୟାମେରା ଲଗାଇବା ପରେ ଘଟଣା ବିଷୟରେ ଜଣାପଡ଼ିଥିଲା ।। ହେଲେ ଫୁଟେଜ୍‌ରେ ସେମାନେ ଯାହା ଦେଖିବାକୁ ପାଇଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । କାରଣ, ଘରେ କାମ କରୁଥିବା ସହାୟିକା ଖାଦ୍ୟ ତିଆରି ବେଳେ ସେଥିରେ ପରିସ୍ରା ମିଶାଉଥିଲେ । ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।ପୋଲିସକୁ ରିନା କହିଛନ୍ତି, ଆଠ ବର୍ଷ ଧରି ସେ ବ୍ୟବସାୟୀଙ୍କ ଘରେ କାମ କରୁଥିଲେ। ଏହାସତ୍ତ୍ୱେ ସେ ଏବଂ ତାଙ୍କ ପରିବାରଲୋକେ ଛୋଟ ଛୋଟ କଥାରେ କଟୁ କଥା କହୁଥିଲେ। ଅପମାନିତ କରୁଥିଲେ। ପ୍ରଥମେ ସେ ସହି ଯାଉଥିଲେ। ହେଲେ ସବୁଦିନ ଏଭଳି ଅପମାନ ଶୁଣି ସେ ପ୍ରତିଶୋଧ ନେବାକୁ ସ୍ଥିର କରିଥିଲେ।