ଡିସେମ୍ବର ପହିଲାରୁ ଲାଗୁ ହେବ ଏସବୁ ନୂଆ ନିୟମ

ଡିସେମ୍ବର ୧ ରୁ ଏସବିଆଇ କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ଏକ ବଡ଼ ପରିବର୍ତ୍ତନ ହୋଇପାରେ। ବିଶେଷକରି ଯେଉଁମାନେ ଡିଜିଟାଲ ଗେମିଂ ପ୍ଲାଟଫର୍ମରେ କାରବାର କରନ୍ତି, ସେମାନେ ଆଉ ରିଆୱାର୍ଡ ପଏଣ୍ଟ ପାଇବେ ନାହିଁ । ଏହା ସହିତ ବିମାନ ଯାତ୍ରୀଙ୍କ ପାଇଁ ଟିକେଟ ମୂଲ୍ୟ ପରିବର୍ତ୍ତିତ ହୋଇପାରେ ।

କାରଣ ଦେଶର ମୁଖ୍ୟ ସରକାରୀ ତୈଳ କମ୍ପାନୀଗୁଡ଼ିକ ସେପ୍ଟେମ୍ବର ପହିଲାରେ ATF ଇନ୍ଧନ ମୂଲ୍ୟରେ ୪.୬ ପ୍ରତିଶତ ହ୍ରାସ ଘୋଷଣା କରିଛନ୍ତି । ତୈଳ ମାର୍କେଟିଂ କମ୍ପାନୀଗୁଡିକ ଦ୍ୱାରା ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ମାସିକ ପରିବର୍ତ୍ତନ ହେତୁ ଘରୋଇ ଦାମ୍‌ ବଦଳି ପାରେ। ଏହି ପରିବର୍ତ୍ତନଗୁଡ଼ିକ ଆନ୍ତର୍ଜାତୀୟ ବଜାର ଧାରା ଏବଂ ନୀତି ଉପରେ ନିର୍ଭର କରିବ, ଯାହା ଘରୋଇ ବଜେଟକୁ ସମ୍ଭବତଃ ପ୍ରଭାବିତ କରିପାରେ।

You might also like