ଭୁବନେଶ୍ୱର ନିଉ ଷ୍ଟେସନରୁ 3 ଏକ୍ସପ୍ରେସ ଟ୍ରେନ ଚଳାଚଳ ଆରମ୍ଭ

ଆଜିଠାରୁ ଭୁବନେଶ୍ୱର ନିଉ ରେଳ ଷ୍ଟେସନରୁ ବାହାର ରାଜ୍ୟର ମୁଖ୍ୟ ମୁଖ୍ୟ ରେଳ ଷ୍ଟେସନକୁ ସିଧାସଳଖ ଭାବରେ ସେବା ଯୋଗାଇଛି ରେଳ ସେବା।ଭୁବନେଶ୍ଵରନିଉ ରେଳ ଷ୍ଟେସନରୁ ତିନୋଟି ପ୍ରମୁଖ ଏକ୍ସପ୍ରେସ ଟ୍ରେନର ଯାତ୍ରା ଆରମ୍ଭ କରାଯାଇଛି । କୋଣାର୍କ ଏକ୍ସପ୍ରେସ (ମୁମ୍ବାଇ ରୁଟ୍), ବିଶାଖା ଏକ୍ସପ୍ରେସ (ସିକନ୍ଦରାବାଦ ରୁଟ୍) ଏବଂ ବିଶାଖାପାଟନମ୍ ଇଣ୍ଟରସିଟି ଏକ୍ସପ୍ରେସ୍ ଏବେ ଭୁବନେଶ୍ଵର ନ୍ୟୁ ଷ୍ଟେସନରୁ ସେବା ଆରମ୍ଭ ଏବଂ ଶେଷ କରିବ। ଭୁବନେଶ୍ଵର ରେଳ ଷ୍ଟେସନରେ ବିଶେଷ ଭାବରେ ଯାତ୍ରୀଙ୍କ ଭିଡ କମେଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

You might also like