ଆଠଗଡ଼ରେ ବୁଲୁଛି ବାଘ ।
କଟକ ଆଠଗଡ଼ ବନଖଣ୍ଡର ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜ ଜୟପୁର ପ୍ରଗଳା ରାସ୍ତାର ବଡଭୂଇଁ ନିକଟ ସୁଳିଆବାଙ୍କ ନିକଟରେ କଲରାପତରିଆ ବାଘ ଦେବାକୁ ମିଳିଛି । ବାଘକୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ମାହୋଲ ସୃଷ୍ଟି ହୋଇଛି । ଖବର ପାଇ ଘଟଣା ସ୍ଥଳରେ ନରସିଂହପୁର ପଶୁ ବନବିଭାଗ କର୍ମଚାରୀ ପହଞ୍ଚି କଲରା ପତରିଆ ବାଘର ଗତି ବିଧି ଉପରେ ନଜର ରଖଛନ୍ତି। ଆଠଗଡ଼ ବନଖଣ୍ଡରେ ୩ ରୁ ୪ଟି କଲରାପତରିଆ ବାଘ ଥିବା କୁହାଯାଉଛି। ସେମାନେ ଏହି ଅଞ୍ଚଳର ବୁଲାବୁଲି କରୁଥିବା ଲୋକେ କହୁଛନ୍ତି । ଲୋକମାନଙ୍କୁ ଭୟଭୀତ ନହେବାକୁ ଆଠଗଡ଼ DFO ଅପିଲ କରିଛନ୍ତି ।
