ବଡ଼ ଏନ୍କ୍ଲୋଜରକୁ ସ୍ଥାନାନ୍ତର ହେବ ବାଘୁଣି ଜିନତ୍ ।
ବଡ଼ ଏନ୍କ୍ଲୋଜରକୁ ସ୍ଥାନାନ୍ତର ହେବ ବାଘୁଣି ଜିନତ୍ । ଜିନତ୍ ଏବେ ଶିମିଳିପାଳରେ ୧ ହେକ୍ଟରର ସଫ୍ଟ ଏନକ୍ଲୋଜରରେ ଅଛି । ସ୍ଥାନାନ୍ତର ପାଇଁ ୮-୯ ହେକ୍ଟରର ବଡ଼ ଏନକ୍ଲୋଜର ତିଆରି କରାଯାଇଛି । ଜିନତ୍କୁ ଏବେ ବଡ଼ ଏନ୍କ୍ଲୋଜରରେ ଛଡାଯିବ । ସେଠାରେ ଜିନତର ବ୍ୟବହାରରେ ପରିବର୍ତ୍ତନ ଆସିଲେ ତାକୁ ଜଙ୍ଗଲକୁ ଛଡ଼ାଯିବ । ସେଥିପାଇଁ ଜିନତ୍ ଗତିବିଧିକୁ ବନ ବିଭାଗ ମନିଟର୍ କରୁଥିବା ନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ।
