ଆଜି ପବିତ୍ର ରାମନବମୀ ।
ଆଜି ପବିତ୍ର ରାମନବମୀ । ହିନ୍ଦୁଙ୍କ ଆସ୍ଥା ଓ ବିଶ୍ୱାସର ଆରାଧ୍ୟ ମର୍ଯ୍ୟାଦା ପୁରୁଷ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ । ଶ୍ରୀରାମଙ୍କ ଜନ୍ମଭୂମି ଅଯୋଦ୍ଧା ସମେତ ସାରା ଦେଶରେ ବଡ଼ ଧୁମ୍ଧାମ୍ ଜାକଜମକରେ ପାଳିତ ହୋଇଥାଏ ରାମନବମୀ । ଶ୍ରୀମନ୍ଦିରରେ ଶ୍ରୀରାମଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ । ବ୍ରତଧାରୀମାନେ ଏହିଦିନ ଉପବାସ କରନ୍ତି । ସୂର୍ଯ୍ୟାସ୍ତ ପରେ ବ୍ରତ ସମାପନ କରିଥାଆନ୍ତି ।
ଏହି ଦିନ ପ୍ରାସାଦ ରୂପେ ଭଗବାନଙ୍କ ନିକଟରେ ପଞ୍ଚାମୃତ, ଶ୍ରୀଖଣ୍ଡ, ଖିରୀ ଓ ହାଲୁଆ ଭୋଗ ଅର୍ପଣ କରାଯାଇଥାଏ ।ଏପଟେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ରାମନବମୀ ଅବସରରେ କଟକ କରତକଳରେ କାଠ ଚିରଟ କାର୍ଯ୍ୟର ଅନୁକୂଳ ହେବ। ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ମାଳ ମାହାର୍ଦ୍ଦ ନେଇ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଏକ ପ୍ରତିନିଧି ଦଳ କଟକ ଖପୁରିଆ ଅଭିମୁଖେ ଯାତ୍ରା କରିବେ। ଏହାସହ ଶନିବାର ସନ୍ଧ୍ୟାରେ ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥ କାଠ । ୧୮ଖଣ୍ଡ ଫାଶୀ କାଠ ଏବଂ ଏକ ଖଣ୍ଡ ଶୀମିଳୀ କାଠ ଦୁଇଟି ଟ୍ରକରେ ନୟାଗଡ଼ ଓ ଢେଙ୍କାନାଳରୁ ଆସି ପହଞ୍ଚିଲା। ଏଥିସହିତ ପୁରୀରେ ସମୁଦାୟ ୨୬୧ଖଣ୍ଡ ରଥ କାଠ ପହଞ୍ଚିଲା ।
