ଆଜି ଦିନର କିଛି ମୁଖ୍ୟ ଖବର ଉପରେ ନଜର ପକାନ୍ତୁ

୧- ଆଜି ଅର୍ନ୍ତଜାତୀୟ ବିଶ୍ଵ ଯୋଗ ଦିବସ, ଭାରତ ସମେତ ବିଦେଶରେ ଯୋଗକୁ ନେଇ ବଢ଼ୁଛି ଉତ୍ସାହ
ବିଶାଖାପାଟଣା ବେଳାଭୂମିରେ ଜାତୀୟ ଯୋଗ ଦିବସରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ

୨- ପୁଣି ମହଙ୍ଗା ମାଡ, ଓମଫେଡ୍‌ କ୍ଷୀର ଲିଟର ପ୍ରତି ଦାମ୍‌ ବୃଦ୍ଧି ପାଇଛି, ବଜାରକୁ ଆସିଲା ଓମଫେଡ୍‌ର ନୂଆ ଦର, ପ୍ରିମିୟମ୍‌ ଓ ଟୋନଡ୍‌ କ୍ଷୀର ଲିଟର ୨ ଟଙ୍କା ବୃଦ୍ଧି ହୋଇଛି, ଗୋଲ୍ଡ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇଛି

୩- ଲଘୁଚାପ ଏବେ ଦକ୍ଷିଣ ବିହାରରେ ସକ୍ରିୟ ରହିଛି, ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦୁର୍ବଳ ହେବାର ସମ୍ଭାବନା ରହିଛି,ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଏବଂ କେନ୍ଦୁଝରରେ ଅତି ପ୍ରବଳ ବର୍ଷା ଆଶଙ୍କା।

୪- ସୁବର୍ଣ୍ଣରେଖାରେ ବନ୍ୟା ପାଣି ଯୋଗୁଁ ବାଲେଶ୍ୱରର ୩ ବ୍ଲକ୍‌ ପ୍ରଭାବିତ। ଜଣେ ଯୁବକ ନଦୀରେ ଭାସିଗଲେ।

୫- କଟକ ବାଦାମବାଡ଼ି ବଜାର କୋଲକାତା ସମ୍ମୁଖରେ ପୁଣି ଏକ ବ୍ୟାଟେରୀ ଚାଳିତ ନୂଆ ଆମ ବସ୍ ଖରାପ ହୋଇ ଠିଆ ହେଲା।
ଗତ କାଲି ନୁଆ ଗାଡ଼ି ଶୁଭାରମ୍ଭ ହେଲା, ଆଜି ରାସ୍ତା କୁ ଆସୁ ଆସୁ ଖରାପ । ଅନ୍ୟପଟେ କଟକ ସତୀ ଚୌରା ଅଞ୍ଚଳରେ ନୂଆ ଆମ ବସ୍ ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାସ୍ତାରେ ବସ୍ ପଛକୁ ଲାଗିଲା ଲମ୍ବା ଭିଡ ।

୬- ମାଆ ମରିଯିବା ପରେ ନାତି ନାତୁଣୀଙ୍କୁ ନିର୍ଯାତନା ଦେଉଥିଲେ ଜେଜେମା’। ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରସ୍ଥିତ ରସୁଲଗଡ ଜିଜିପି କଲୋନୀରେ। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ଖେଳିଯାଇଛି । ଦୁଇ ଶିଶୁ ଦୀର୍ଘ ଦିନରୁ ନିର୍ଯାତିତ ହୋଇଆସୁଥିବା ବେଳେ ସ୍ଥାନୀୟ ଲୋକ ଦୁଇ ଶିଶୁଙ୍କୁ ଉଦ୍ଧାର କରି ମଞ୍ଚେଶ୍ବର ଥାନାକୁ ନେଇଆସିଛନ୍ତି ।

୭- ଷଷ୍ଠ ଓଡ଼ିଶା ପର୍ଯ୍ୟଟନ କନକ୍ଲେଭ ୨୦୨୫ ଆସନ୍ତା ୨୫ ତାରିଖରେ ଭୁବନେଶ୍ୱରରେ ଏକ ଘରୋଇ ହୋଟେଲରେ ଆୟୋଜିତ ହେବ । ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ବିକାଶ ନେଇ ହେବ ଆଲୋଚନା । ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ବଡ଼ ବଡ଼ ପୁଞ୍ଜି ନିବେଶକୁ ଆକର୍ଷିତ କରିବା ଏବଂ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ହେବ ଆଲୋଚନା ।

୮ – ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ ଓ ତାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ଓଡ଼ିଶାର ଭିଜନ ଡକ୍ୟୁମେଣ୍ଟ ଉପରେ ପ୍ରତିକ୍ରିୟା ରଖି ଆଜି ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଏକ ବର୍ଷର ବିଫଳତାକୁ ରାଜ୍ୟବାସୀଙ୍କ ସମ୍ମୁଖରେ ରଖିବା ସହିତ, ଡବଲ ଇଂଜିନ ସରକାର ରାଜ୍ୟବାସୀଙ୍କ ପାଇଁ ଡବଲ ଧୋକା ଓ ନିର୍ବାଚନ ସମୟର ପ୍ରତିଶ୍ରୁତି ବାସ୍ତବରେ ପ୍ରତାରଣାରେ ପରିଣତ ହୋଇଛି ବୋଲି କହିଛି ବିଜେଡି

୯ – ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଅଭିଯୁକ୍ତଙ୍କର TI ପରେଡ ହୋଇଛି । ଅଭିଯୁକ୍ତଙ୍କୁ ପୀଡ଼ିତା ଚିହ୍ନଟ କରିବା ପାଇଁ TI ପରେଡ ହୋଇଛି । ଏଥିରେ ଅଭିଯୁକ୍ତମାନଙ୍କୁ ପୀଡ଼ିତା ଚିହ୍ନଟ କରିଥିବା ସୂଚନା ରହିଛି ।

୧୦ – ଐତିହ୍ୟ ଗ୍ରାମ ବିକାଶ ଯୋଜନାରେ ସାମିଲ ହେଲା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଗାଁ । କେନ୍ଦ୍ର ସରକାରର ୧୧ ବର୍ଷ ପୂର୍ତ୍ତି ଓ ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ତାରିଖ ଓଡିଶା ଆସିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦି ବରପୁତ୍ର ଐତିହ୍ୟ ଗ୍ରାମ ବିକାଶ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନାରେ ବାଲେଶ୍ୱରର ବରପୁତ୍ର ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜନ୍ମସ୍ଥାନ ମଲ୍ଲିକାଶପୁର ଗ୍ରାମକୁ ବରପୁତ୍ର ଐତିହ୍ୟ ଗ୍ରାମ ହିସାବରେ ବିକାଶ କରାଯିବ ।

You might also like