ପୁଣି ଟମାଟ ଚାଷୀ ନିରାଶ । ଟମାଟ କିଲୋ ୨ଟଙ୍କା ।
ଢେଙ୍କାନାଳରେ ଟମାଟର ଅଭାବି ବିକ୍ରି । ଚିନ୍ତାରେ ଚାଷୀ ଓ ବ୍ୟବସାୟୀ । ଧାର କରଜ କରି ଚାଷ କରିଥିଲା ଚାଷୀ । ହେଲେ ଅମଳ ବେଳେ ଅଭାବି ବିକ୍ରି ଚାଷୀଙ୍କ ପାଇଁ କାଳ ସାଜିଛି । ଯେତିକି ଟଙ୍କା ଖର୍ଚ୍ଚ କରି ଚାଷୀ ଚାଷ କରିଥିଲେ ତାର ମୂଲ୍ୟ ମିଳୁନଥିବାରୁ ଚାଷୀଙ୍କ ସମସ୍ୟା ବଢ଼ିଯାଇଛି । ପରିସ୍ଥିତି ଏପରି ହୋଇଛି କିଲୋପିଛା ୨ ଟଙ୍କାରେ ଟମାଟୋ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଢେଙ୍କାନାଳ ଗଂଦିଆ ବ୍ଲକର ଚାଷୀ ।ବ୍ରାହ୍ମଣୀ ନଦୀ କୁଳରେ ଥିବା ଉର୍ବର ମାଟି ଜଳବାୟୁ ବେଶ ଅନୁକୁଳ ହୋଇ ଥିବାରୁ ଏଠାରେ ଟମାଟୋ ଚାଷ ଭଲ ରକମର ହୋଇଥାଏ।
ଏହି ସବୁ ଟମାଟୋ ଢେଙ୍କାନାଳ ସମେତ ଅନୁଗୁଳ, କଟକ, ଭୁବନେଶ୍ୱର,କେନ୍ଦ୍ରାପଡା ଯାଜପୁର ଆଦି ସ୍ଥାନକୁ ପ୍ରଚୁର ମାତ୍ରାରେ ରପ୍ତାନି ହୋଇଥାଏ।ଫଳରେ ଦୁଇ ପଇସା ଭଲ ରୋଜଗାର କରି ଉପକୃତ ହୋଇଥାନ୍ତି ଚାଷୀ। କିନ୍ତୁ ଦୁଃଖର ବିଷୟ ଢେଙ୍କାନାଳ ଜିଲ୍ଲାରେ ଶୀତଳ ଭଣ୍ଡାର ନଥିବା ହେତୁ ଆବଶ୍ୟକ ସ୍ଥଳେ ଚାଷୀ ନିଜର ଫସଲକୁ ସାଇତି ରଖି ପାରୁ ନାହାଁନ୍ତି ବୋଲି କହିଛନ୍ତି। ଯେଉଁଥିପାଇଁ ଅଭାବୀ ବିକ୍ରିର ସାମ୍ନା କରିବାକୁ ପଡୁଛି।
