କାଲି ଆସିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା
ଆସନ୍ତା କାଲି ମିଳିବ ସୁଭଦ୍ରା ଟଙ୍କା । ଯାଜପୁରରୁ ଏହାର ଶୁଭାରମ୍ଭ ହେବ ।୧୮ ଲକ୍ଷରୁ ଅଧିକ ଯୋଗ୍ୟ ମହିଳାଙ୍କୁ କାଲି ସୁଭଦ୍ରା ଟଙ୍କା ମିଳିବ । ୩.୩୮ ଲକ୍ଷ ହିତାଧିକାରୀଙ୍କ ଏନପିସିଆଇ କ୍ଲିୟରାନ୍ସ ସମସ୍ୟା ଥିଲା, ସେମାନଙ୍କ ମଧ୍ୟରୁ ୬୮ ହଜାର ମହିଳାଙ୍କର ସମସ୍ୟା ସମାଧାନ ହୋଇଛି । ବାକି ଯେଉଁମାନଙ୍କର ସମସ୍ୟା ରହିଛି, ସେମାନଙ୍କୁ ବ୍ୟାଙ୍କ ଯିବାକୁ ପଡିବ ।ମାର୍ଚ୍ଚ ୮ରେ ଯେଉଁମାନେ ଯୋଡି ହେବେ ସେମାନେ ଉଭୟ ପ୍ରଥମ କିସ୍ତି ଓ ଉଭୟ ଦ୍ବିତୀୟ କିସ୍ତିର ଟଙ୍କା ପାଇବେ । ଯେପରି ଜଣେ ବି ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରୁ ବାଦ ପଡିବେନି ସେନେଇ ଗୁରୁତ୍ବ ଦିଆଯାଉଛି । ଆଜି ସମ୍ବଲପୁରରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଶୁଭାରମ୍ଭ ଅବସରରେ ପ୍ରଭାତୀ ପରିଡ଼ା ଏହା କହିଛନ୍ତି ।
