ତାମିଲନାଡ଼ୁ ଟ୍ରେନ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ଭାରତୀୟ ରେଳବାଇ।

ତାମିଲନାଡ଼ୁର ତିରୁବଲ୍ଲୁରରେ ଶୁକ୍ରବାର ମହୀଶୁର-ଦରଭଙ୍ଗା ବାଗମତୀ ସୁପରଫାଷ୍ଟ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇଥିଲା ଏକ୍ସପ୍ରେସ ଟ୍ରେନ୍‌। ରାତି ପ୍ରାୟ ସାଢ଼େ ୮ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୧୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ତେବେ ଏହି ଦୁର୍ଘଟଣାରେ କାହାର ପ୍ରାଣହାନି ଘଟିନାହିଁ ବୋଲି ଦକ୍ଷିଣ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୧୯ ଆହତ ଯାତ୍ରୀଙ୍କ ମଧ୍ୟରୁ ୨ରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।ତେବେ କିଭଳି ହେଲା ଏହି ଦୁର୍ଘଟଣା। ଏଥିପାଇଁ କିଏ ଦାୟୀ। ଏନେଇ ଉଚ୍ଚସ୍ତରୀୟ ତଦନ୍ତ ହେବ। ରେଲଓ୍ୱେ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି |ଯୁଦ୍ଧକାଳୀନ ଭିତ୍ତି ଟ୍ରାକ୍‌ ଉପରେ ମରାମତି କାମ ଚାଲିଛି। ଦୁର୍ଘଟଣାଗ୍ରସ୍ତ ବଗିଗୁଡିକ କ୍ରେନ୍‌ ସାହାଯ୍ୟରେ ଟ୍ରେକ୍‌ରୁ ହଟାଯାଇଛି। ଉକ୍ତ ରୁଟ୍‌ରେ ୨ଟି ଟ୍ରେନ୍‌ ଚଳାଚଳ ବାତି କରାଯାଇଥିବା ବେଳେ ୬ଟି ଟ୍ରେନ୍‌ର ଗତିପଥ ବଦଳା ଯାଇଛି।