ମୋଦିଙ୍କୁ ୧୦୦ଟଙ୍କା ପଠାଇଲେ ଆଦିବାସୀ ମହିଳା

ଓଡ଼ିଶାର ଜଣେ ଆଦିବାସୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇବା ପାଇଁ ୧୦୦ଟଙ୍କା ପ୍ରଦାନ କରିଛନ୍ତି।ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାଜପାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ଜୟ ପାଣ୍ଡା ଏହି ସୂଚନା ଦେଇଛନ୍ତି।ବୈଜୟନ୍ତ ଜୟ ପାଣ୍ଡା ଏକ୍ସ ପୋଷ୍ଟରେ ଲେଖିଛନ୍ତି, ଯେତେବେଳେ ମୁଁ ଭାଜପାର ଜାତୀୟ ସଦସ୍ୟତା ଅଭିଯାନର ଏକ ଅଂଶ ଭାବରେ ଓଡ଼ିଶାର ସୁନ୍ଦରଗଡ ଜିଲାରେ ଜଣେ ଆଦିବାସୀ ମହିଳାଙ୍କୁ ଭେଟିଥିଲି, ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇବା ପାଇଁ ମୋତେ ୧୦୦ଟଙ୍କା ଦେବାକୁ ମହିଳା ଜଣଙ୍କ ଜିଦ ଧରିଥିଲେ।ସେ ଆହୁରି କହିଛନ୍ତି, ମୋର ମନା ସତ୍ତ୍ୱେ ମହିଳା ଜଣକ ତାଙ୍କଠାରୁ ୧୦୦ଟଙ୍କା ରାଶି ଗ୍ରହଣ ନକରିବା ପର୍ଯ୍ୟନ୍ତ ସେ ତାଙ୍କ କଥାରେ ଅଟଳ ରହିଲେ। ଏହା ହେଉଛି ସେହି ପରିବର୍ତ୍ତନର ପ୍ରତିଫଳନ ଯାହା ଓଡ଼ିଶା ଓ ଭାରତ ଅନୁଭବ କରୁଛି।ଆଦିବାସୀ ମହିଳାଙ୍କ ଦ୍ୱାରା ପଠାଯାଇଥିବା ୧୦୦ଟଙ୍କା ଉପହାର ଉପରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି। ବୈଜୟନ୍ତଙ୍କ ସମାନ ପୋଷ୍ଟକୁ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ମୁଁ ଏହି ସ୍ନେହରେ ଅତ୍ୟଧିକ ଅଭିଭୂତ। ମୋତେ ସବୁବେଳେ ଆଶୀର୍ବାଦ ଦେଇଥିବାରୁ ମୁଁ ନାରୀ ଶକ୍ତକୁ ପ୍ରଣାମ କରୁଛି।