ପୁଣି ଟୁଙ୍ଗୁରୁ ଭୋଳ ଗିରଫ

କିଛିଦିନ ପୂର୍ବେ ନିଜ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚାରେ ଥିବା ଟୁଙ୍ଗୁର ଭୋଳ ଏବେ ପୁଣି ଅଡ଼ୁଆରେ। ଟୁଙ୍ଗୁରୁକୁ ଗିରଫ କରିଛି ଭରତପୁର ଥାନା ପୁଲିସ। ଚୋରି ମାମଲାରେ ଗିରଫ ହୋଇଛି ଟୁଙ୍ଗୁରୁ।ତା ନିକଟରୁ ପୋଲିସ ଗୋଟିଏ ଓ୍ଵେଲଡିଂ ମେସିନ, ଗୋଟିଏ କଟର ଏବଂ କପର କେବୁଲ ଜବତ କରିଛି। ଭରତପୁର ଥାନା ପୁଲିସ ଅଭିଯୋଗକାରୀ ମଣ୍ଟୁ ପ୍ରଧାନଙ୍କ ଅଭିଯୋଗ କ୍ରମେ ମାମଲାର ତଦନ୍ତ କରିବା ସହିତ ଅଭିଯୁକ୍ତ ଟୁଙ୍ଗୁରୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନା ଅନୁଯାୟୀ, ଅଭିଯୋଗକାରୀଙ୍କର ଭରତପୁର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରରେ ଗୋଟିଏ ୱେଲ୍ଡିଂ ଗ୍ୟାରେଜ ଅଛି। ଗତ ଏପ୍ରିଲ ୪ ତାରିଖ ମଧ୍ୟାହ୍ଣରେ ଅଭିଯୋଗକାରୀଙ୍କର ଅନୁପସ୍ଥିତିର ସୁଯୋଗ ନେଇ ଅଭିଯୁକ୍ତ ଟୁଙ୍ଗୁରୁ ଉକ୍ତ ଗ୍ୟାରେଜରୁ ୱେଲ୍ଡିଂ ମେସିନ, ହ୍ୟାଣ୍ଡ କଟର, ଓ ତମ୍ବା କେବୁଲ ତାର ଚୋରି କରି ନେଇଯାଇଥିଲେ।

ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜରୁ ଚୋରି ବିଷୟରେ ଜାଣିବା ପରେ ଅଭିଯୋଗକାରୀ ଏନେଇ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ପଚରା ଉଚରା ବେଳେ ସେ ନିଜର ଅପରାଧ ସ୍ବୀକାର କରିଛି। ଏହାପରେ ଟୁଙ୍ଗୁରୁକୁ ଅଦାଲତ ଚାଲାଣ କରିଛି ପୁଲିସ। ତଦନ୍ତରୁ ଏହା ଜଣାପଡ଼ିଛି ଯେ, ଅଭିଯୁକ୍ତ ଟୁଙ୍ଗୁରୁ ଜଣେ ଅଭ୍ୟାସଗତ ଅପରାଧୀ ଓ ତା’ ନାଁରେ ଭରତପୁର, ଚନ୍ଦକା ଓ ଘଟଗାଁ ଥାନାରେ ୪ଟି ମାମଲା ରହିଛି। ବର୍ତ୍ତମାନ ମାମଲାର ଅଧିକ ତଦନ୍ତ ଚାଲୁ ରହିଛି।