ଗହୀରମଥାରେ ଅଲିଭ ରିଡଲେଙ୍କ ଗଣ ବସା

ଗହୀରମଥାରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଛି। ଦୁଇ ଦିନ ମଧ୍ୟରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ କଇଁଛ ଅଣ୍ଡା ଦେଇସାରିଛନ୍ତି। ଏହି ପ୍ରକିୟା ଆଉ ୨ରୁ ୪ ଦିନ ଚାଲିବ। ପାଗ ଅନୁକୂଳ ଥିବାରୁ ଲକ୍ଷାଧିକ ମା’ କଇଁଛ ଏବେ କୂଳ ମୁହଁରେ ଅଣ୍ଡା ଦେବା ଅପେକ୍ଷାରେ ଅଛନ୍ତି ବୋଲି ରାଜନଗର ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।ଋଷିକୁଲ୍ୟା ଏବଂ ଗହୀରମଥାରେ ଅଭୂତପୂର୍ବ ସାମୂହିକ ବସା ସମସ୍ତ ରେକର୍ଡକୁ ଅତିକ୍ରମ କରିଛି । ଚଳିତ ବର୍ଷ ଋଷିକୁଲ୍ୟା ନଦୀ ମୁହାଣ ନିକଟରେ ୬ ଲକ୍ଷ ୯୮ ହଜାର ୭୧୮ ଅଲିଭ୍ ରିଡଲେ କଇଁଛ ଅଣ୍ଡା ଦେବା ସହିତ ଋଷିକୁଲ୍ୟା ନଦୀ ମୁହାଣ ସାମୂହିକ ବସା ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛନ୍ତି। ଯାହା ପୂର୍ବ ରେକର୍ଡକୁ ଅତିକ୍ରମ କରିଛି। ଇତି ମଧ୍ୟରେ, ୨୦୨୫ ମସିହା ମାର୍ଚ୍ଚ ମାସ ୫ ତାରିଖରେ ଗହିରମାଥାର ବହୁ-ପ୍ରତୀକ୍ଷିତ ସାମୂହିକ ବସା ଆରମ୍ଭ ହୋଇଥିଲା। ଯେଉଁଥିରେ ପ୍ରଥମ ଦିନରେ ୭୮ ହଜାର ୭୪୩ ଟି କଇଁଛ ରେକର୍ଡ କରାଯାଇଥିଲା।

You might also like