କୁଳପତିଙ୍କୁ ସାଇବର ଠକେଇ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଠାରୁ ସାଇବର ଠକେଇ ଘଟଣାରେ ବ୍ରହ୍ମପୁର ପୋଲିସକୁ ମିଳିଲା ବଡ଼ ସଫଳତା । ଦୁଇ ସାଇବର ଠକକୁ ଗୁଜରାଟରୁ ଗିରଫ କଲା ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଶାଖା ପୋଲିସ । କୁଳପତିଙ୍କୁ ଡିଜିଟାଲ ଆରେଷ୍ଟ କରି ୧୪ ଲକ୍ଷ ଟଙ୍କା ଠକି ନେଇଥିଲେ ସାଇବର ଠକ । ଏନେଇ କୁଳପତିଙ୍କ ଅଭିଯୋଗକ୍ରମେ ବ୍ରହ୍ମପୁର ଏସ୍ପିଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ଉକ୍ତ ଠକେଇର ଚେର ଗୁଜୁରାଟଯାଏ ଲମ୍ବିଥିବା ଏବଂ ଠକମାନେ ସେଠାରେ ଥିବା ସୂଚନା ପାଇବା ପରେ ଏସ୍ଆଇ ଜ୍ୟୋତି ରଞ୍ଜନ ବେହେରାଙ୍କ ନେତୃତ୍ୱରେ ପୋଲିସ ଟିମ୍ ଗୁଗୁରାଟ ଯାଇ ତଦନ୍ତ କରି ଗୁଜୁରାଟର ନିଲମବାଗ ଥାନା ଅନ୍ତର୍ଗତ ଭାବାନଗରରୁ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି । ଗିରଫ ଦୁଇ ଣଙ୍କ ଠାରୁ ବହୁତ ତଥ୍ୟ ମିଳିଛି । ଗୁଜରାଟ ଭାବାନଗର ସିଜେଏମ କୋର୍ଟରେ ହାଜର କରିବା ପରେ ଟ୍ରାଂଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିଛି ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ପୋଲିସ । ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର କରି କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଏସ୍ପି କହିଛନ୍ତି ।
