କଟକରେ ଡବଲ ଏନ୍ କାଉଣ୍ଟର ।

କଟକରେ ଡବଲ ଏନ୍ କାଉଣ୍ଟର । ଚୌଦ୍ଵାର ଇନ୍ଦ୍ରାଣୀପାଟଣା ଅଞ୍ଚଳ ଜାତୀୟ ରାଜପଥ ନିକଟରେ ବିଳମ୍ବିତ ରାତିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କଲା କମିଶନରେଟ୍ ପୋଲିସର ସ୍ପେଶାଲ୍ ସ୍ୱାଡ । ଧରିବାକୁ ଯାଇଥିବା ବେଳେ ପୋଲିସ ଉପରକୁ ଗୁଳି ଚଳାଇଥିଲେ ଅଭିଯୁକ୍ତ। ପୋଲିସର ପାଲଟା ଗୁଳିରେ ଉଭୟ ଆହତ ହୋଇଛନ୍ତି। ଅପରାଧୀ କଟାସ ରାଉତ ଓ ଶୁଭ୍ରାଂଶୁ ପରିଡ଼ାର ଆଣ୍ଠୁରେ ଗୁଳି ବାଜିଛି। ସଂଗ୍ରାମର ଘର ନନ୍ଦନକାନନ ଥାନା ଅଞ୍ଚଳରେ ହୋଇଥିବା ବେଳେ ଜୁବୁଲାର ଘର ବୟାଳିଶମୌଜା କୁଳକଳପଡ଼ା ଅଞ୍ଚଳରେ । ଡକାୟତି, ଲୁଟ୍‌ପାଟ ଭଳି ଏକାଧିକ ସଙ୍ଗିନ୍‌ ମାମଲାରେ ଜଡ଼ିତ ଥିଲା |ଆହତ ଅବସ୍ଥାରେ ଦୁଇ ଅଭିଯୁକ୍ତଙ୍କୁ SCBରେ ଭର୍ତ୍ତି କରାଯାଇଛି । ସେମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ ସହ ଗୁଳି ଜବତ କରିଛି ପୋଲିସ ।

You might also like