ଜୀବନ ହାରିଲେ ପ୍ରେମୀ ଯୁଗଳ

ତ୍ମହତ୍ୟା କଲେ ପ୍ରେମୀଯୁଗଳ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା କାଉଡୋଳା ଗାଁରେ ଥିବା ଗଛରେ ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି । ଗଛ ଡାଳରେ ଗୋଟିଏ ଗାମୁଛାରେ ଝୁଲିପଡିଛନ୍ତି ପ୍ରେମୀଯୁଗଳ । । ମୃତ ପ୍ରେମିକ ହେଲେ କାଉଡୋଲା ଗାଁର ନିତେଶ ମୁଣ୍ଡ ଓ ପ୍ରେମିକା ଜଣେ ନାବାଳିକା ବୋଲି ଜଣାପଡ଼ିଛି । ଉଭୟଙ୍କ ମଧ୍ୟରେ ବହୁ ଦିନରୁ ପ୍ରେମ ସମ୍ପର୍କ ରହିଥିଲା । ହେଲେ ଆଜି ସକାଳୁ କାଉଡୋଲା କୁମୁଡାମୁଣ୍ଡା ରାସ୍ତାର ଏକ ଗଛରେ ସେମାନଙ୍କ ଝୁଲନ୍ତା ମୃତ ଦେହ ଠାବ ହୋଇଛି ।କୌଣସି କାମରେ ଗାଁ ଲୋକ ଯାଉଥିବା ବେଳେ ଦେଖିଥିଲେ ମୃତଦେହ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହକୁ ଜବତ କରିଛି ।

You might also like