୨ ଫେରାର ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନ୍ କାଉଣ୍ଟର । 

ଝାରସୁଗୁଡ଼ାରେ ଦୁଇ ଅପରାଧୀଙ୍କୁ ପୋଲିସ ବେଲପାହାଡ଼-ଝାରସୁଗୁଡ଼ା ରାସ୍ତାରେ ଏନ୍‌କାଉଣ୍ଟର କରିଛି । ଯେଉଁଥିରେ ଦୁଇ ଅପରାଧୀଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । । ଦୁଇ ଅଭିଯୁକ୍ତ ହେଲେ ଶେଖ ଆସିଫ ଓ ଅଭିଷେକ ବାରିକ । ସେମାନଙ୍କୁ ଧରିବା ପାଇଁ ଯାଇଥିବା ବେଳେ ପୋଲିସ ଉପରକୁ ଏମାନେ ଆକ୍ରମଣ କରିଥିଲେ। ପୋଲିସର ପାଲଟା ଗୁଳିରେ ଦୁଇ ଅଭିଯୁକ୍ତ ଆହତ ହୋଇଛନ୍ତି । ଉଭୟଙ୍କୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।ଖବର ଅନୁଯାୟୀ, ଶୁକ୍ରବାର ଦିନ ବେଲପାହାଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲେ ଦୁଇ ଅଭିଯୁକ୍ତ ଶେଖ୍‌ ଆସିଫ୍‌ ଓ ଅଭିଷେକ ବାରିକ । ଉଭୟଙ୍କୁ କୋର୍ଟ ଚାଲାଣ ବେଳେ ପୋଲିସ ହାତରୁ ଖସିଯିବାକୁ ଉଦ୍ୟମ କରିଥିଲେ । ପୋଲିସ ଆକଟ ପରେ ବି ଅପରାଧୀମାନେ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ । ଶେଷରେ ବାଧ୍ୟ ହୋଇ ପୋଲିସ ଦୁଇ ଅପରାଧୀଙ୍କୁ ଗୁଳି ମାରିଥିଲା ।

You might also like