UPI ୟୁଜର୍ସ ୨୪ ଘଣ୍ଟା ଭିତରେ ୧୦ ଲକ୍ଷ ଟଙ୍କା ଟ୍ରାଞ୍ଜାକ୍ସନ କରିପାରିବେ
ଡିଜିଟାଲ୍ ପେମେଣ୍ଟ କରୁଥିବା ୟୁଜର୍ସଙ୍କ ପାଇଁ ଗୁଡ୍ ନ୍ୟୁଜ । ଏବେ ଗୋଟିଏ ଦିନରେ UPI ମାଧ୍ୟମରେ କରିପାରିବେ ୧୦ ଲକ୍ଷ ଟଙ୍କାର ପେମେଣ୍ଟ । ଏଣିକି ଆଉ ଅନଲାଇନ ପେମେଣ୍ଟରେ ଟ୍ରାଞ୍ଜାକ୍ସନ ଲିମିଟ୍ ନେଇ ଆପଣ ଅସୁବିଧାରେ ପଡ଼ିବେନି ୟୁପିଆଇ ୟୁଜର୍ସ । କାରଣ ପୂର୍ବରୁ ୧ ଲକ୍ଷ ଟଙ୍କା ରଖାଯାଇଥିବା ଟ୍ରାଞ୍ଜାକ୍ସନ ଲିମିଟ୍ ବଢାଇ ଦିଆଯାଇଛି ।ଏହା ସେମାନଙ୍କୁ ଲାଭ ଦେବ ଯେଉଁମାନେ ପୂର୍ବରୁ ବଡ଼ ଦେୟ ପାଇଁ ବାରମ୍ବାର କାରବାର କରୁଥିଲେ କିମ୍ବା ଚେକ/ବ୍ୟାଙ୍କ ସ୍ଥାନାନ୍ତର ଭଳି ପୁରୁଣା ପଦ୍ଧତି ଅବଲମ୍ବନ କରୁଥିଲେ। ତଥାପି, ବ୍ୟକ୍ତି-ବ୍ୟକ୍ତି (P2P) କାରବାରର ସୀମା ପୂର୍ବ ପରି ପ୍ରତିଦିନ ୧ ଲକ୍ଷ ଟଙ୍କା ରହିବ।NPCIର ନୂଆ ନିୟମ ଅନୁଯାୟୀ, ବର୍ତ୍ତମାନ UPI ୟୁଜର୍ସମାନେ ପେମେଣ୍ଟ ପାଇଁ ୨୪ ଘଣ୍ଟାରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରିପାରିବେ । ତେବେ ଏହି ନୂଆ ପରିବର୍ତ୍ତିତ ନିୟମ ସେପ୍ଟେମ୍ବର ୧୫ରୁ କାର୍ଯ୍ୟକାରୀ ହେବ । NPCI ଏହି ପରିବର୍ତ୍ତନ ବିଷୟରେ ସୂଚନା ଦେବା ପରେ, କୁହାଯାଉଛି ଯେ ଏହି ପରିବର୍ତ୍ତନଗୁଡ଼ିକ ବଡ଼ ପେମେଣ୍ଟ ପାଇଁ UPIକୁ ଅଧିକ ଉପଯୋଗୀ କରିବ । ଏହା ଦେଶରେ ଡିଜିଟାଲ୍ ପେମେଣ୍ଟକୁ ଅଧିକ ପ୍ରୋତ୍ସାହିତ କରିବ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପେମେଣ୍ଟକୁ ସହଜ କରିବ ।
