ଟାଇଫଏଡ ଓ ନିମୋନିଆ ଉପରେ କାମ କରୁନି ଆଣ୍ଟିବାୟୋଟିକ

ୟୁରିନାରୀ ଟ୍ରାକ୍ଟ ଇନଫେକ୍ସ (UTI), ବ୍ଲଡ୍ ଇନଫେକ୍ସନ, ନିମୋନିଆ ଏବଂ ଟାଇଫଏଡ ଭଳି ରୋଗ ଉପରେ ସାଧାରଣ ପ୍ରକାର ଆଣ୍ଟିବାୟୋଟିକ୍ କାମ୍ କରୁନାହିଁ। ଏହି ରୋଗ ସୃଷ୍ଟି କରାଉଥିବା ବ୍ୟାକ୍ଟେରିଆଗୁଡ଼ିକ ଉପରେ ସାଧାରଣ ଆଣ୍ଟିବାୟୋଟିକ୍‌ଗୁଡ଼ିକ କୌଣସି ପ୍ରତିକ୍ରିୟା ପକାଉ ନ ଥିବା ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) କହିଛି। ସାରା ଦେଶରେ ଆଣ୍ଟିବାୟୋଟିକ୍‌ ପ୍ରତିରୋଧ ସମସ୍ୟା ବଢ଼ିବାରେ ଲାଗିଛି। ଭାରତର ବଜାରରେ ଉପଲବ୍ଧ ଥିବା ସେଫୋଟାକ୍ସାଇମ୍ (cefotaxime), ସେଫ୍ଟାଜାଇଡିମ୍ (ceftazidime), ସିପ୍ରୋଫ୍ଲୋକ୍ସାସିନ୍ (ciprofloxacin), ଏବଂ ଲେଭୋଫ୍ଲୋକ୍ସାସିନ୍ ( levofloxacin) ଆଣ୍ଟିବାୟୋଟିକ ଇଶ୍ଚେରିଆ କୋଲି ଉପରେ ୨୦%ରୁ କମ୍ ପ୍ରଭାବ ପକାଉଛି । ତେବେ ୨୦୨୩ ଜାନୁଆରୀରୁ ଡିସେମ୍ବର ୩୧ ମଧ୍ୟରେ ସାରା ଦେଶର ହସ୍ପିଟାଲ ଓ କ୍ଲିନିକ୍‌ଗୁଡ଼ିକରୁ ସଂଗୃହୀତ ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ବିଭିନ୍ନ ବ୍ୟାକ୍ଟେରିଆ ବିରୋଧରେ ଆଣ୍ଟିବାୟୋଟିକ୍‌ଗୁଡ଼ିକର ପରୀକ୍ଷା କରାଯାଇଥିଲା। କୃଷି କ୍ଷେତ୍ରରେ କ୍ରିଟିକାଲ ଆଣ୍ଟିବାୟୋଟିକର ଅପବ୍ୟବହାର କାରଣରୁ ମାନବ ଶରୀରରେ ପ୍ରତିରୋଧତା କ୍ଷମତା ହ୍ରାସ ପାଉଛି। ଫଳରେ ଆଣ୍ଟିବାୟୋଟିକ କାମ କରୁନାହିଁ। ତେଣୁ ମାନବ ଏବଂ ପ୍ରାଣୀ ସ୍ୱାସ୍ଥ୍ୟ ଉପରେ ଅତ୍ୟାବଶ୍ୟକ ଆଣ୍ଟିବାୟୋଟିକ୍ସର ପ୍ରଭାବକୁ ବଳବତ୍ତର ରଖିବା ପାଇଁ ଦୃଢ ପଦକ୍ଷେପ ଆବଶ୍ୟକ ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି।