୬ ମାସ ପରେ ବିବାହ ଉତ୍ସବରେ ପାଣ୍ଡିଆନ୍ ।

ପ୍ରାୟ ଛ’ମାସର ଆତ୍ମନିର୍ବାସନର ଅନ୍ତ ଘଟାଇଛନ୍ତି ଓଡ଼ିଶା ପ୍ରଶାସନିକ ଓ ରାଜନୈତିକ ଜଗତର ଚର୍ଚ୍ଚିତ ଚେହେରା ଭି. କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌। ନିର୍ବାଚନ ପରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିବା ପାଣ୍ଡିଆନ୍‌ ବୁଧବାର କଟକ ନିକଟ ତ୍ରିଶୁଳିଆଠାରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ଆତ୍ମପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କ ଝିଅର ବିବାହ ଉତ୍ସବରେ ଯୋଗଦେବା ପାଇଁ ପାଣ୍ଡିଆନ୍ ଆସିଥିଲେ। ଚୌଦ୍ଵାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ ଙ୍କ ଭଉଣୀ ବାହାଘରରେ ନଜର ଆସିଥିଲେ ଭି କେ ପାଣ୍ଡିଆନ୍ । ବିବାହ ମଣ୍ଡପରେ ଉପସ୍ଥିତ ଅତିଥି ଓ ପ୍ରଭାତ ବିଶ୍ବାଳଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ତାଙ୍କୁ ଦେଖିବାକୁ ଉତ୍ସାହ ଦେଖିବାକୁ ମିଲିଥିଲା । ପାଣ୍ଡିଆନ ଲୋକଙ୍କ ସହ କଥାବାର୍ତ୍ତା କରିଥିଲେ । ଏହି ଉତ୍ସବରେ ରାଜ୍ୟପାଳ ରଘୁବର ଦାସ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ।

You might also like