ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ,ବାସ୍ତୁଦୋଷ ସୃଷ୍ଟି କରେ ଝାଡ଼ୁ |

୧. ଝାଡ଼ୁର ବ୍ୟବହାର ଠିକ୍‌ ଭାବରେ ନକଲେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏଥିପାଇଁ ସନ୍ଧ୍ୟାରେ ଘର ଝାଡ଼ୁ କରିବା ପାଇଁ ମନା କରାଯାଇଥାଏ। ଏହି ସମୟରେ ଝାଡ଼ୁ କଲେ ମା’ ଲକ୍ଷ୍ମୀଙ୍କର କୃପାଦୃଷ୍ଟି ଘରୁ ଚାଲିଯାଇଥାଏ।

ଏପରିକି ଯେତେ ଅର୍ଥ ଉପାର୍ଜନ କଲେ ମଧ୍ୟ ଅଭାବ ହୋଇଥାଏ। ୨. ଝାଡ଼ୁକୁ କେବେ ହେଲେ ଘରର ମୁଖ୍ୟଦ୍ୱାର ପାଖରେ ରଖନ୍ତୁ ନାହିଁ। ଏହାଦ୍ୱାରା ଘରୁ ସୁଖଶାନ୍ତି ହ୍ରାସ ହୋଇଥାଏ ଓ କଳହ ବୃଦ୍ଧି ହୋଇଥାଏ।୩. ଝାଡ଼ୁରେ କେବେ ହେଲେ କୌଣସି ପଶୁପକ୍ଷୀଙ୍କୁ ମାରନ୍ତୁ ନାହିଁ। ସେହିପରି ଝାଡ଼ୁରେ ପାଦ ରଖନ୍ତୁ ନାହିଁ।

୪. ଘରର କୌଣସି ସଦସ୍ୟ ବାହାରକୁ ଯିବା ସମୟରେ ଝାଡ଼ୁ କରନ୍ତୁ ନାହିଁ। ଏହାଦ୍ୱାରା ତାଙ୍କ କାମରେ ବାଧା ସୃଷ୍ଟି ହୋଇଥାଏ।୫. ରୋଷେଇ ଘରେ ଝାଡ଼ୁ ରଖନ୍ତୁ ନାହିଁ। ଏପରି କଲେ ଘରର କେହି ନା କେହି ସଦସ୍ୟ ଅସୁବିଧାରେ ପଡ଼ିଥା’ନ୍ତି।